THE BYAPINI

‘ଏପ୍ରିଲରେ କମିବ ତେଲ ଦର’

Get real time updates directly on you device, subscribe now.

ପେଟ୍ରୋଲ ଓ ଡିଜେଲ ଦର ଦେଶରରେ କ୍ରମାଗତ ଭାବରେ ବୃଦ୍ଧି ପାଇବାରେ ଲାଗିଛି । କିଛି ସ୍ଥାନରେ ସେଂଚୁରୀ ଛୁଇଁଲାଣି ପେଟ୍ରୋଲ ।ଏହାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଉଥିବା ବେଳେ ଏତିକିବେଳେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ଆଶ୍ୱସ୍ତିକର ଖବର ଦେଇଛନ୍ତି । କହିଛନ୍ତି । ଆସନ୍ତା ଏପ୍ରିଲ ମାସ ବେଳକୁ କମିବ ତେଲ ଦର ।

କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ପେଟ୍ରୋଲିୟମ ଉତ୍ପାଦନକାରୀ ଦେଶମାନଙ୍କ ଦ୍ବାରା ଅଶୋଧିତ ତେଲ ଉତ୍ପାଦନ ହ୍ରାସ ଫଳରେ ବିଶ୍ବରେ ତେଲଦର ବୃଦ୍ଧି ପାଉଛି । କିନ୍ତୁ ତେଲ ଉତ୍ପାଦନ ବଢାଇବାକୁ ସେ ତେଲ ଉତ୍ପାଦନକାରୀ ଦେଶମାନଙ୍କୁ ଅନୁରୋଧ କରିଛନ୍ତି । ଭାରତ ବିଶ୍ବରେ ଏକ ପ୍ରମୁଖ ତେଲ ଗ୍ରାହକ ହୋଇଥିବାରୁ ତେଲ ଉତ୍ପାଦନ ବଢାଇବାକୁ ଭାରତ ଋଷିଆ, କୁଏତ,କାତାର ପ୍ରଭୃତି ଦେଶମାନଙ୍କ ଉପରେ ଚାପ ପ୍ରୟୋଗ କରୁଛି । ଏଣୁ ଆଗାମୀ ଦିନରେ ତେଲଦର କମିବ ବୋଲି ସେ କହିଛନ୍ତି ।

ରବିବାର ଦେଶର ପ୍ରମୁଖ ସହରରେ ପେଟ୍ରୋଲ ଓ ଡିଜେଲ ଦର ଅପରିବର୍ତ୍ତିତ ରହିଛି । ଦିଲ୍ଲୀରେ ପେଟ୍ରୋଲ ଏବେ ଲିଟର ପିଛା ୯୧ ଟଙ୍କା ୧୭ ପଇସାରେ ବିକ୍ରି ହେଉଥିବାବେଳେ ଡିଜେଲ ୮୧ଟଙ୍କା ୪୭ ପଇସାରେ ବିକ୍ରି ହେଉଛି ।ଗତ ବର୍ଷ ଚାହିଦା ଅଭାବରୁ ଶୂନକୁ ଖସିଯାଇଥିବା ଅଶୋଧିତ ତେଲ ଦର ଏବେ ବ୍ୟାରେଲ ପିଛା ୬୨ ଡଲାରକୁ ବୃଦ୍ଧି ପାଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.