THE BYAPINI

ଆଜି ପାଇଁ ପାନବରଜ ଉଚ୍ଛେଦ ବନ୍ଦ

Get real time updates directly on you device, subscribe now.

ଗ୍ରାମବାସୀଙ୍କ ବିରୋଧ ପରେ ଢିଙ୍କିଆରେ ଆଜି ପାଇଁ ପାନବରଜ ଉଚ୍ଛେଦ ବନ୍ଦ । ପାଚେରୀ ଓ ରାସ୍ତା ନିର୍ମାଣ କାମ ଜାରି ରହିବ । ପାନ ବରଜ ଭଙ୍ଗାକୁ ନେଇ ଗତକାଲି ମୁହାଁମୁହିଁ ହୋଇଥିଲେ ପୁଲିସ ଓ ଗ୍ରାମାବାସୀ । ଏବେ ଗାଁରେ ପଇଁତରା ମାରୁଛି ପୋଲିସ । ଘଟଣାରେ ମୋଟ୍ ୮ ଜଣଙ୍କୁ ଗିରଫ କରାଯାଇଛି । ଗତକାଲି ୬ ଜଣ ଓ ଆଜି ଦୁଇ ଜଣଙ୍କୁ ଗିରଫ କରାଯାଇଛି । ଗତକାଲି ପୋଲିସର ଲାଠିମାଡ ପରେ ଖାଲି ହୋଇଯାଇଛି ଢିଙ୍କିଆ ଗାଁ ।
ଗିରଫ ଭୟରେ ଗାଁରେ ତାଟି କବାଟ ପଡ଼ିଥିବା ବେଳେ ପୁରୁଷ ଶୁନ୍ୟ ହୋଇପଡ଼ିଛି । ଗତକାଲି ପାନବରଜକୁ ଗ୍ରାମବାସୀ ଯିବା ବେଳେ ପୋଲିସ ସହିତ ଉତେଜନା ଦେଖାଦେଇଥିଲା । ମୁହାଁମୁହିଁ ହୋଇଥିଲେ ପୋଲିସ ଓ ଗ୍ରାମବାସୀ । ଠେଲାପେଲା, ଧସ୍ତାଧସ୍ତି ହୋଇଥିଲା । ଏହାପରେ ପୋଲିସ ଆନ୍ଦୋଳନକାରୀଙ୍କ ଉପରକୁ ଲାଠିମାଡ଼ କରିଥିଲା ।

Get real time updates directly on you device, subscribe now.

Leave A Reply

Your email address will not be published.