THE BYAPINI

ପୋଲିସ ପରମିଶନ ପାଇଁ ଡାଏଲ ୧୦୦

Get real time updates directly on you device, subscribe now.

ଏଣିକି ବାହାଘର କିମ୍ବା ଅନ୍ତେଷ୍ଟି କ୍ରିୟାର ଅନୁମତି ପାଇଁ ଆଉ ଯିବାକୁ ପଡିବନି ପୋଲିସ ଷ୍ଟେସନ । ଦୌଡିବାକୁ ପଡିବନି ଥାନା କି ଡିସିପି ଅଫିସ । ଘରେ ରହି ପୋଲିସକୁ ଫୋନ କରି ଆଣିହେବ ଅନୁମତି । ୧୦୦କୁ ଡାଏଲ କରି ପୋଲିସ ଠାରୁ ପରମିଶନ ମିଳିପାରିବ । ଭୂତାଣୁର ଭୟ ଭିତରେ ଭୁବନେଶ୍ୱରବାସୀଙ୍କ ପାଇଁ ଖୁସି ଖବର ଦେଇଛି ପୋଲିସ ।

ତେବେ କରୋନା କାଳରେ ଘରେ ରହି ଏହି ଅନୁମତି ପତ୍ର ମିଳିପାରିବ । ୧୦୦କୁ କଲ କଲେ କିମ୍ବା ଲାଇସେନ୍ସ ସେଲର ନମ୍ବର ୮୧୪୪୨୦୭୧୦୦କୁ ଫୋନ କରି ଅନୁମତି ପାଇହେବ । ଏହି ନମ୍ବରରେ କଲ କଲେ ହ୍ୱାଟ୍ସଆପ ମାଧ୍ୟମରେ ଏକ ଫର୍ମାଟ ପୋଲିସ ଆପଣଙ୍କୁ ପଠାଇବ । ଫର୍ମଟି ପୂରଣ କରି ପୋଲିସକୁ ଆପଣ ପଠାଇଲେ କମିଶନରେଟ ପୋଲିସ ଆପଣଙ୍କୁ ଅନୁମତି ପତ୍ର ଦେବ ବୋଲି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ସୂଚନା ଦେଇଛନ୍ତି ।

ସେପଟେ ଗତକାଲି ପୋଲିସ ଘରକୁ ଯାଇ ଅଭିଯୋଗ ଶୁଣିବା ନେଇ ବି ଡିସିପି ସୂଚନା ଦେଇଥିଲେ । ଘରୁ ବାହାରନ୍ତୁନି, ଆମେ ଯାଇ ଘରେ ପହଞ୍ଚିବୁ । ଆପଣଙ୍କ ଯାହା ବି ଅସୁବିଧା ଅଛି, ଅଭିଯୋଗ ଅଛି ସେସବୁ ଘରୁ ଥାଇ ଜଣାନ୍ତୁ । ଆମେ ଆପଣଙ୍କ ଘରେ ଯାଇ ହାଜର ହେବୁ ଆଉ ଆପଣଙ୍କ ଅଭିଯୋଗ ଗ୍ରହଣ କରିବୁ, ଏତଲା ରଖିବୁ । ଘରକୁ ଯାଇ ପୋଲିସ ଲୋକଙ୍କ ପାଖରୁ ଏତଲା ଗ୍ରହଣ କରିବାକୁ ଗତକାଲି ଡିସିପି ସୂଚନା ଦେବା ପରେ ଆଜି ନୟାପଲ୍ଲୀ ଥାନା ଅଧିନରେ ଏକ ଅଭିଯୋଗ ଆସିବା ପରେ ଖୋଦ ନୟାପଲ୍ଲୀ ଆଇଆଇସି ଅଭିଯୋଗକାରୀଙ୍କ ଘରକୁ ଯାଇ ତାଙ୍କ ଠାରୁ ମାମଲା ଗ୍ରହଣ କରିଛନ୍ତି । ଆଉ ଅଭିଯୋଗ ଆଧାରରେ ତଦନ୍ତ ଆରମ୍ଭ କରିଛନ୍ତି ।

ପ୍ରଥମେ ଘରକୁ ଯାଇ ଅଭିଯୋଗ ଶୁଣିବା ଆଉ ପରେ ଘରେ ରହି ବିବାହ, ଅନ୍ତିମ ସଂସ୍କାର ପାଇଁ ଅନୁମତି ପାଇଁ ପୋଲିସର ଏ ନିଆରା ପଦକ୍ଷେପ କେଉଁ ସନ୍ଦେଶ ଦେଉଛି । କମିଶନରେଟ ପୋଲିସ ଲୋକଙ୍କ ନିକଟତର ହେଉଛି ନା ସଂକ୍ରମଣ ଭୟରେ ଏସବୁ ନିତି ଆପଣାଯାଉଛି ।

Get real time updates directly on you device, subscribe now.

Leave A Reply

Your email address will not be published.