THE BYAPINI

ବିରୋଧୀଙ୍କୁ କ’ଣ କହିଲେ ନବୀନ?

Get real time updates directly on you device, subscribe now.

୬ ଦିନ ଧରି ବିଧାନସଭା ଅଚଳ ପରେ ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ବିଜେପି ବିଧାୟକ । ନବୀନ ନିବାସରେ ବିଜେପି ବିଧାୟକଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା କରିଛନ୍ତି । କିଭଳି ବିଧାନସଭା ସୁରୁଖୁରୁ ଚାଲିବ ସେନେଇ ବାଚସ୍ପତିଙ୍କ ସହ ଆଲୋଚନା କରି ସର୍ବଦଳୀୟ ବୈଠକ ଡାକିବାକୁ ପ୍ରତିଶ୍ରୁତି ନବୀନ ଦେଇଛନ୍ତି ବୋଲି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ସହ ବିଜେପି ବିଧାୟକଙ୍କ ଆଲୋଚନା ପରେ ଗୃହ ସ୍ୱାଭାବିକ ହେବ ବୋଲି ଆଶା କରାଯାଉଛି । ମୁଖ୍ୟମନ୍ତ୍ରୀ ବିରୋଧୀ ଦଳ ନେତା ଓ ବିଜେପି ବିଧାୟକଙ୍କ ସହ ଆଲୋଚନା କରି ଗୃହକୁ ପୁଣି ସ୍ବାଭାବିକ କରିବା ଦିଗରେ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଗୃହକୁ ଆସିବା ସହ ମଣ୍ଡିରୁ ସମସ୍ତ ଧାନ ଉଠିବା ନେଇ ବିଜେପି ଦାବି କରିବା ପରେ ଏଥିରେ ମୁଖ୍ୟମନ୍ତ୍ରୀ ରାଜି ହୋଇଥିବା ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ କହିଛନ୍ତି। ଅନ୍ୟପଟେ ଓଡ଼ିଶା ରାଜନୀତି ଇତିହାସରେ ଏହା ପ୍ରଥମ ବୋଲି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ କହିଛନ୍ତି ।

୫ ଦିନ ପରି ଆଜି ଗୃହ ଆରମ୍ଭର ବିଜେପି-ବିଜେଡି ନିଜ ଜିଦରେ ଅଟଳ ଥିବା ସହ ଗୃହରେ ହୋହାଲ୍ଲା କରିଥିଲେ । ଏହା ପରେ ବିଜେପି ବିଧାୟକମାନେ ସଚିବାଳୟ ଯାଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ପାଇଁ । କିନ୍ତ ସେଠାରୁ ନପାଇ ନବୀନ ନିବାସ ଅଭିମୁଖେ ଚାଲିଚାଲି ବାହାରିଥିଲେ ବିଜେପି ବିଧାୟକ । ନବୀନ ନିବାସରେ ପହଚିଂବା ପରେ ଗେଟ୍ ବନ୍ଦ ଥିବା କହି ଧାରଣାରେ ବସିଥିଲେ। ବିଜେଡି ନେତା ହାତଯୋଡ଼ି ନିବେଦନ କରିବା ପରେ ମଧ୍ୟ ଭିତରକୁ ଯିବାକୁ ରାଜି ହୋଇ ନଥିଲେ ବିଜେପି ବିଧାୟକ। ଶେଷରେ ନବୀନ ନିବାସରୁ ନିଜେ ଆସିଥିଲେ ନବୀନ। ଧାରଣାରେ ବସିଥିବା ବିଧାୟକଙ୍କୁ ନବୀନ ନିବାସ ଭିତରକୁ ଆସିବାକୁ ନିମନ୍ତ୍ରଣ କରିଥିଲେ।
ବିରୋଧୀ ଦଳ ନେତାଙ୍କୁ ସାଥୀରେ ନେଇ ନବୀନ ନିବାସ ଭିତରକୁ ଯାଇଥିଲେ ମୁଖ୍ୟମନ୍ତ୍ରୀ।

ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ କହିଛନ୍ତି, ମୁଖ୍ୟମନ୍ତ୍ରୀ ନ ଡାକିଥିଲେ ଆମେ ଭିତରକୁ ଯାଇନଥାନ୍ତୁ । ମୁଖ୍ୟମନ୍ତ୍ରୀ ଡାକିବାରୁ ଆମେ ଭିତରକୁ ଯାଇଥିଲୁ । କିନ୍ତୁ ମନ୍ତ୍ରୀ ପ୍ରତାପ ଜେନା ଯେଉଁ ବୟାନ ଦେଇଛନ୍ତି ସେଥିପାଇଁ କ୍ଷମା ମାଗିବା ଉଚିତ ବୋଲି କହିଛନ୍ତି ପ୍ରଦୀପ୍ତ । ବିଜେପିର ନବୀନ ନିବାସ ଯାତ୍ରାକୁ ନେଇ ପ୍ରତାପ କହିଥିଲେ, ନବୀନ ନିବାସ ହେଉଛି ପବିତ୍ର ସ୍ଥଳ, ଏଠାକୁ ଆସିଲେ ବିରୋଧୀ ଦଳ ନେତାଙ୍କର ପାପ ଧୋଇଯିବ । ।

Get real time updates directly on you device, subscribe now.

Leave A Reply

Your email address will not be published.