THE BYAPINI

ମନ କାନ୍ଦିଲା ପଶୁଙ୍କ ପାଇଁ

Get real time updates directly on you device, subscribe now.

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଝିଲେ ପଶୁଙ୍କ ପେଟ କଥା । ମହାମାରୀ ପାଇଁ ଲକଡାଉନ ଯୋଗୁ ବୁଲା ଗାଈ-ଗୋରୁ, କୁକୁର ଖାଦ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏଭଳି ସଂକଟ ସମୟରେ କିଭଳି ସେମାନେ ଭୋକିଲା ରହିବେ ନାହିଁ ସେ ନେଇ ସେମାନଙ୍କ ପାଖରେ ଖାଇବା ଯୋଗାଇବା ପାଇଁ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ରିଲିଫ ପାଣ୍ଠିରୁ ପାଞ୍ଚ ମହାନଗର ନିଗମ ୪୮ଟି ମ୍ୟୁନିସପାଲଟି ଓ ୬୧ ଟିଏନ୍ଏସି ମାନଙ୍କୁ ଷାଠିଏ ଲଷ ଟଙ୍କା ସହାୟତା ମଞ୍ଜୁର କରିଛନ୍ତି ।

ନବୀନ ବୁଝିଲେ ଭୋକିଲାଙ୍କ ଭୋକ । ଲକଡାଉନ୍‌ ଓ ସଟଡାଉନ୍‌ ବେଳେ ସମସ୍ତ ଦୋକାନ ବଜାର ବନ୍ଦ । ସହରାଂଚଳର ହୋଟେଲଗୁଡ଼ିକ ବନ୍ଦ ହୋଇଯିବା ଫଳରେ ବୁଲା ଗାଈ, କୁକୁର ଓ ଅନ୍ୟ ପଶୁମାନଙ୍କୁ ଖାଦ୍ୟର ଅଭାବ ହୋଇଛି । ସେହିପରି ଲକ୍‌ଡାଉନ୍ ବ୍ୟତୀତ ସପ୍ତାହାନ୍ତ ସଟ୍‌ଡାଉନ୍ ବୁଲା ପଶୁମାନେ ଖାଦ୍ୟ ପାଇପାରୁ ନାହାନ୍ତି । ଏମାନଙ୍କ ପାଖରେ ଖାଦ୍ୟ ପହଚାଂଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୬୦ ଲଷ ଟଙ୍କାର ସହାୟତା ଘୋଷଣା କରାଯାଇଛି। ୫ଟି ମହାନଗର ନିଗମ, ୪୮ଟି ମ୍ୟୁନିସିପାଲିଟି ଓ ୬୧ଟି ଏନ୍ଏସିମାନଙ୍କୁ ଏହି ସହାୟତା ରାଶି ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ।

ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଜରିଆରେ ବୁଲା ପ୍ରାଣୀମାନଙ୍କୁ ଖାଦ୍ୟ ଯୋଗାଇ ଦିଆଯିବ । ଭୁବନେଶ୍ୱର ମହାନଗର ନିଗମ ଏଥିପାଇଁ ଦୈନିକ ୨୦ ହଜାର ଟଙ୍କା ଖର୍ଚ୍ଚ କରିପାରିବ। ସେହିପରି କଟକ, ସମ୍ବଲପୁର, ରାଉରକେଲା, ଓ ବ୍ରହ୍ମପୁର ମହାନଗର ନିଗମ ଏଥିଲାଗି ଦୈନିକ ୧୦ ହଜାର ଟଙ୍କା ଖର୍ଚ୍ଚ କରିପାରିବେ। ମ୍ୟୁନିସିପାଲିଟି ମାନେ ଦୈନିକ ପାଞ୍ଚ ହଜାର ଓ ଏନ୍ଏସିରେ ଦୈନିକ ୨ ହଜାର ଟଙ୍କା ଖର୍ଚ୍ଚ କରିପାରିବେ।

Get real time updates directly on you device, subscribe now.

Leave A Reply

Your email address will not be published.