THE BYAPINI

ଓଡିଶା: ଭାରତର ନିଶ୍ୱାସ..

Get real time updates directly on you device, subscribe now.

ଯେତେବେଳେ ସାରା ଦେଶରେ ଦେଖାଦେଇଛି ମହାବିପଦ । ସବୁଆଡେ ହାହାକାର ପରିସ୍ଥିତି । ଯୁଆଡେ ଦେଖିବ ଚାରିଆଡେ କରୋନାର କରୁଣ ଚିତ୍ର । ସେତେବେଳେ ବିଭିନ୍ନ ରାଜ୍ୟକୁ ଓଡିଶା ଦେଉଛି ଜୀବନ । ଅମ୍ଲଜାନ ଅଭାବ ଯୋଗୁଁ ଦେଶ ଅଣନିଶ୍ୱାସୀ ହୋଇପଡିଥିବା ବେଳେ ଓଡିଶା ଯୋଗାଉଛି ସଂଜୀବନୀ । ଅନ୍ୟମାନଙ୍କ ପାଲଟିିଛି ଆଉ ଏକ ଉଦାହରଣ ।

ଅଣନିଶ୍ୱାସୀ ହୋଇପଡିଥିବା ରାଜ୍ୟକୁ ନିଶ୍ୱାସ ଦେଉଛି ଓଡିଶା । କରୋନାର ଦ୍ୱିତୀୟ ପର୍ଯ୍ୟାୟ ଏତେ ସାଂଘାତିକ ହେବ ତାହା କେହି ବି କେବେ କଳ୍ପନା କରିନଥିଲେ । ଦେଶବାସୀଙ୍କ ନିଦ ହଜାଇ ଦେଇଛି କରୋନାର ଦ୍ୱିତୀୟ କହର। ଏବେ ଦେଶରେ ପ୍ରତିିଦିନ ଲକ୍ଷ ଲକ୍ଷ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଶହ ଶହ ଲୋକଙ୍କ ଜୀବନ ଯାଉଛି । ଦେଶର ବଡ଼ ବଡ଼ ମେଡିକାଲରେ ଏବେ ଅକ୍ସିଜେନର ଘୋର ସଙ୍କଟରୁ ଚାଲିଯାଉଛି ଅନେକ ଜୀବନ। ସ୍ଥିତି ଏପରି ହୋଇଛି ଯେ ମଶାଣୀରେ ପୋଡା ହେବା ପାଇଁ ଶବଙ୍କ ଲମ୍ବା ଲାଇନ ଲାଗୁଛି । କେଉଁଠି ବେଡ ନାହିଁ ତ କେଉଁଠି ଅମ୍ଲଜାନ ନାହିଁ । ଅନେକ ହସ୍ପିଟାଲରେ ଅମ୍ଲଜାନ ଅଭାବରୁ ରୋଗୀ ଆଖିବୁଜୁଥିବା ବେଳେ କିଏ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି । ଏପରି ସଂକଟ ସମୟରେ ଓଡିଶ ସାଜିଛି ବିପଦର ବନ୍ଧୁ । ବିଭିନ୍ନ ରାଜ୍ୟକୁ ବଢାଇଛି ସହାୟତାର ହାତ ।

ଦିଲ୍ଲୀ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ତେଲେଙ୍ଗାନା, ବିହାର ଓ ଆନ୍ଧ୍ରପ୍ରଦେଶ, ଏହି ୬ଟି ରାଜ୍ୟକୁ ସଂଜିବନୀ କୁହାଯାଉଥିବା ଅକ୍ସିଜେନ ଯୋଗାଣ ଆରମ୍ଭ କରିଛି ଓଡିଶା । ଦେଶର କୌଣସି ରାଜ୍ୟରେ ଅକ୍ସିଜେନ ଅଭାବ ହେଲେ ତୁରନ୍ତ ଯୋଗାଇବା ପାଇଁ କହିଛନ୍ତି ରାଜ୍ୟ ସରକାର । ଅକ୍ସିଜଜେନର ଗୁରୁତର ସଙ୍କଟ ଭିତରେ ଓଡ଼ିଶାର ବିଭିନ୍ନ ପ୍ଲାଣ୍ଟରୁ ଯୋଗାଇ ଦିଆଯାଉଛି ବିପୁଳ ପରିମାଣର ମେଡିକାଲ ଲିକ୍ୟୁଇଡ୍‌ ଅକ୍ସିଜେନ୍। ଆଜି ରାଉରକେଲାର ସେଲ୍, କଳିଙ୍ଗନଗରସ୍ଥିତ ଟାଟା ଷ୍ଟିଲ ପ୍ଲାଣ୍ଟ, ଜେଏସ୍ପିଏଲରୁ ଦିଲ୍ଲୀ ସମେତ ବିଭିନ୍ନ ରାଜ୍ୟକୁ ଯୋଗାଇ ଦିଆଯାଇଛି। ଏହି ଅକ୍ସିଜେନ୍ ଟ୍ରାନ୍ସପୋର୍ଟ ପାଇଁ ଓଡ଼ିଶା ପୋଲିସ ନେତ୍ୱତ୍ୱରେ ଏକ ନିର୍ଦ୍ଦିଷ୍ଟ କରିଡର ଚିହ୍ନଟ କରିବା ସହ ଅକ୍ସଜେନ୍ ପଠାଯାଇଥିଲା । ଯାହା ଫଳରେ ରୋଗୀଙ୍କ ନିକଟରେ ମେଡିକାଲ ଅକ୍ସିଜେନ ପହଞ୍ଚିବାରେ କୌଣସି ବିଳମ୍ୱ ହେବନାହିଁ ।
ଅକ୍ସିଜେନର ଅଭାବ ସମୟରେ ରାଜ୍ୟର କିଛି ଶିଳ୍ପ ପ୍ରତିଷ୍ଠାନକୁ ୨୪ ଘଂଟିଆ ଅକ୍ସିଜେନ ଉତ୍ପାଦନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ଟାଟା କଳିଙ୍ଗନଗର, ଜେଏସପିଏଲ ଅନୁଗୁଳ, ଟାଟା ଭୂଷଣ ଢେଙ୍କାନାଳ, ଜେଏସଏଲ କଳିଙ୍ଗନଗର, ଏହି ଶିଳ୍ପାନୁଷ୍ଠାନ ଗୁଡିକୁ ବର୍ତମାନ ୨୪ ଘଂଟିଆ ଅକ୍ସିଜେନ ଉତ୍ପାଦନ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.