THE BYAPINI

‘ମେ’ ମାସରେ ପିକକୁ ଆସି କମିପାରେ ସଂକ୍ରମଣ’

Get real time updates directly on you device, subscribe now.

ଏପ୍ରିଲ ମାସରେ ରାଜ୍ୟରେ ସଂକ୍ରମଣ ରେକର୍ଡ କରିଥିବା ବେଳେ ଏହା ମେ’ ମାସରେ ପିକକୁ ଯାଇପାରେ । ମେ’ ମାସରେ ପିକକୁ ଯାଇ ସଂକ୍ରମଣ କମିପାରେ ବୋଲି କହିଛନ୍ତି ଡିଏମଇଟି ସିଭିକେ ମହାନ୍ତି । ସେ କହିଛନ୍ତି, ଗୋଷ୍ଠୀ ସଂକ୍ରମଣ ଭଳି ଦ୍ରୁତ ଗତିରେ ସଂକ୍ରମଣ ବଢୁଛି। ତେଣୁ ସମସ୍ତେ ସତର୍କ ରହିବା ଦରକାର । ଟ୍ରିପିଲ ଲେୟାର ମାସ୍କ ପିନ୍ଧିବାକୁ ସେ ପରାମର୍ଶ ଦେଇଛନ୍ତି ।

ଡିଏମଇଟି ସିଭିକେ ମହାନ୍ତି କହିଛନ୍ତି, ଅନ୍ୟ ରାଜ୍ୟ ତୁଳନାରେ ଆମ ରାଜ୍ୟର ବର୍ତ୍ତମାନ ସ୍ଥିତି ବହୁତ ଭଲ ଅଛି। ସ୍ଥିତି ଭଲ ଅଛି ବୋଲି ଢ଼ିଲା ଛାଡ଼ିଦେବା ଠିକ ନୁହେଁ । ଆଗାମୀ ଦିନରେ ସଂଖ୍ୟା ଆହୁରି ବଢ଼ିବ ସେଥିପାଇଁ ଆମେ ପ୍ରସ୍ତୁତ ରହିବା ଦରକାର। ସମସ୍ତ ଜିଲ୍ଲାର ଟୋଲ ଫ୍ରି ନମ୍ବରକୁ ଆକ୍ଟିଭ କରାଯିବ। ସେଥିପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦେଶ ଦିଆଯାଇଛି। କେବଳ ସରକାରଙ୍କର ଦାୟିତ୍ୱ ନୁହେଁ ରୋଗୀଙ୍କୁ ଖୋଜିବା, ସାଧାରଣ ଲୋକଙ୍କର ବି କିଛି ଦାୟିତ୍ୱ ରହିବା ଦରକାର। ଲୋକଲ ସ୍ତରରେ ଯିଏ ବି ସଂକ୍ରମିତ ହେଉଛନ୍ତି ସେମାନେ ଆଶା କର୍ମୀ ଓ ଅଙ୍ଗନବାଡି କର୍ମୀମାନଙ୍କୁ ବି ଯୋଗାଯୋଗ କରନ୍ତୁ।

ରାଜ୍ୟରେ ଏବେ ୫ ହଜାର ମୁହାଁ ହୋଇଛି ସଂକ୍ରମଣ । ଦିନକରେ ୪ ହଜାର କରୋନା ସଂକ୍ରମଣ ୪ ହଜାର ଟପିଛି। ଦ୍ରୁତ ଗତିରେ ବଢୁଥିବା ସଂକ୍ରମଣ ହାର ରାଜ୍ୟବାସୀଙ୍କ ନିଦ ହଜାଇ ଦେଇଛି । ସବୁଠାରୁ ବେଶି ଚିନ୍ତା ବଢାଇଛି ଖୋର୍ଦ୍ଧା ଓ ସୁନ୍ଦରଗଡ । ଏହି ଦୁଇ ଜିଲ୍ଲାରୁ ସବୁବେଳେ ଅଧିକ ରୋଗୀ ବାହାରୁଛନ୍ତି। ସେହିପରି ଆଜି ରାଜ୍ୟରୁ ୪ ଜଣ ରୋଗୀ ଆଖି ବୁଜିଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.