‘ଗୋଷ୍ଠୀ ସଂକ୍ରମଣ ଯୋଗୁଁ ପଜିଟିଭ ବଢୁଛି’
ରାଜ୍ୟରେ ଯେପରି କରୋନା ସଂକ୍ରମଣ ବଢୁଛି ତାହା ଚିନ୍ତାଜନକ । ସଂକ୍ରମଣ ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢୁଛି । କରୋନା ଦ୍ୱିତୀୟ ପର୍ଯ୍ୟାୟ ଯେ ଏତେ ଭୟଙ୍କର ହେବ ତାହା କେହି ଅନୁମାନ କରିଥିଲେ । ତେବେ ରାଜ୍ୟରେ ଯେପରି ସଂକ୍ରମଣ ବଢୁଛି ଗୋଷ୍ଠୀ ସଂକ୍ରମଣ ହୋଇଥିବା ବରିଷ୍ଠ ଚିକିତ୍ସକ ମତ ଦେଉଛନ୍ତି ।
ରାଜ୍ୟରେ ଗୋଷ୍ଠୀ ସଂକ୍ରମଣ ହେଲାଣି । ଗୋଷ୍ଠୀ ସଂକ୍ରମଣ ଯୋଗୁଁ ଏତେ ସଂଖ୍ୟାର ପଜିଟିଭ ଚିହ୍ନଟ ହେଉଛନ୍ତି । ଆଗକୁ ବି ଆହୁରି ଆକ୍ରାନ୍ତଙ୍କ ସଂଖ୍ୟା କେତେ ବଢିବ ତାହା କହିହେବ ନାହିଁ । ତେଣୁ ଆମକୁ ସତର୍କ ରହିବାକୁ ପଡିବ ବୋଲି ବରିଷ୍ଠ ଚିକିତ୍ସକ ନିରୋଜ ମିଶ୍ର କହିଛନ୍ତି ।
ତେବେ ଗତ ୨୪ ଘଂଟାରେ ରାଜ୍ୟରେ ୧୦ ହଜାର ୪୧୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୭ଶହ ୯୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ସୁନ୍ଦରଗଡ଼ରୁ ୧୧ଶହ, କଟକରୁ ୮୨୮, ପୁରୀରୁ ୫୩୩, ବରଗଡ଼ରୁ ୫୧୧, ନୂଆପଡ଼ାରୁ ୪୧୮, ନବରଙ୍ଗପୁରରୁ ୩୭୮, କଳାହାଣ୍ଡିରୁ ୩୭୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ସଂକ୍ରମଣ ସଂଖ୍ୟା ୪ ଲକ୍ଷ ୫୪ ହଜାର ୬୦୭ ଥିବା ବେଳେ ୩ ଲକ୍ଷ ୮୫ ହଜାର ୪୧୪ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ୨୪ ଘଂଟାରେ ୧୧ଜଣଙ୍କ ମୃତ ହୋଇଥିବା ବେଳେ ମୋଟ ମୃତ ସଂଖ୍ୟା ୨ ହଜାର ୫୪ ପହଚିଂଛି ।