THE BYAPINI

ପୁରୀ: ଦେବାଳୟ ଉପରେ ଦୁର୍ବୃତ୍ତଙ୍କ ନଜର

Get real time updates directly on you device, subscribe now.

ଦୁର୍ବୃତ୍ତଙ୍କ ଟାର୍ଗେଟରେ ଦେବାଳୟ । ବାରମ୍ବାର ମନ୍ଦିରରୁ ହେଉଛି ଲୁଟ । ହେଲେ କଡ଼ା ସୁରକ୍ଷା ବଳୟ ସତ୍ୱେ ମନ୍ଦିରରୁ କିପରି ଲୁଟ ହେଉଛି ତାହା ବଡ଼ ପ୍ରଶ୍ନ । କିଛି ଦିନ ତଳେ ପୁରୀ ବଡ଼ଦାଣ୍ଡ ମାଉସୀ ମା’ଙ୍କ ମନ୍ଦିର ହୁଣ୍ଡି ଚୋରି ହୋଇଥିଲା । ହେଲେ ଏଯାଏ ଚୋର ଧରାପଡିନଥିବା ବେଳେ ଶ୍ରୀମନ୍ଦିରର ପଶ୍ଚିମ ଦ୍ୱାର ନିକଟରେ ଥିବା ବିଶ୍ୱ ଶାନ୍ତି ଅଖଣ୍ଡ ହରିନାମ ସଂକୀର୍ତ୍ତନ ମନ୍ଦିରରୁ ଦାନବାକ୍ସ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି।

ମନ୍ଦିରର ଦାନ ବାକ୍ସ ଲୁଟି ନେଲେ ଦୁର୍ବୃତ । ବୁଧବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ପଶ୍ଚିମ ଦ୍ବାର ନିକଟରେ ଥିବା ବିଶ୍ବଶାନ୍ତି ଅଖଣ୍ଡ ହରିନାମ ସଂକୀର୍ତ୍ତନ ମନ୍ଦିରରୁ ଦାନବାକ୍ସ ତାଡି ନେଇଛନ୍ତି । ପଶ୍ଚିମ ଦ୍ବାରରେ ରାତିରେ ସୁରକ୍ଷାକର୍ମୀମାନେ ଉପସ୍ଥିତ ଥିଲେ ମଧ୍ୟ କିଭଳି ଭାବେ ଲୁଟ୍ ହେଲା ସେନେଇ ଚର୍ଚ୍ଚା ଚାଲିଛି । ଏନେଇ ସିଂହଦ୍ୱାର ଥାନାରେ ଅଭିଯୋଗ କରିଛନ୍ତି ମନ୍ଦିର ପୂଜକ। ତେବେ ଦାନବାକ୍ସରେ କେତେ ପରିମାଣରେ ଟଙ୍କା ଥିଲା, ତାହା ଜଣାନଥିବା ପୂଜକ କହିଛନ୍ତି । ହେଲେ ୨୪ ଘଣ୍ଟିଆ ପୋଲିସ ପହରା ସତ୍ୱେ କିପରି ଚୋରି ହେଲା ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି।

ଅନ୍ୟପଟେ ବଡ଼ଦାଣ୍ଡ ମାଉସୀ ମା’ଙ୍କ ମନ୍ଦିର ହୁଣ୍ଡି ଓ ଗଡରେଜରୁ ପୂର୍ବରୁ ଚୋରି ହୋଇଥିଲା । ହେଲେ ଆଜି ପର୍ୟ୍ୟନ୍ତ ଚୋର ଧରା ପଡ଼ିନାହାନ୍ତି। ବାରମ୍ବାର ମନ୍ଦିର ଦାନବାକ୍ସରୁ ଲୁଟ ହେଉଥିବା ବେଳେ ମନ୍ଦିରଗୁଡିକ କେତେ ସୁରକ୍ଷିତ ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି ।

Get real time updates directly on you device, subscribe now.

Leave A Reply

Your email address will not be published.