THE BYAPINI

ମେ’ ଶେଷ ବେଳକୁ କମିବ କରୋନା!

Get real time updates directly on you device, subscribe now.

ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣ ମେ ମାସ ଶେଷ ବେଳକୁ କମିବାର ସମ୍ଭାବନା ରହିଛି । ଏବେ ରାଜ୍ୟରେ ଟେଷ୍ଟିଂ ବଢୁଥିବାରୁ ସଂକ୍ରମଣ ସଂଖ୍ୟା ବଢୁଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ନମୁନା ପରୀକ୍ଷା ଅନୁଯାୟୀ ସଂକ୍ରମିତଙ୍କ ସଂଖ୍ୟା ଅଧିକ ନାହିଁ । ୮୦ ପ୍ରତିଶତ ଆଇସିୟୁ ଓ ୫୦ ପ୍ରତିଶତ ଭେଂଟିଲେଟରରେ ଗୁରୁତର ରୋଗୀ ଅଛନ୍ତି । ତେଣୁ ରାଜ୍ୟରେ ମୃତ୍ୟୁ ସଂଖ୍ୟା ଏବେ ବଢ଼ିବ ବୋଲି ସେ କହିଛନ୍ତି ।

ମେ’ ମାସ ଶେଷ ବେଳକୁ ରାଜ୍ୟରେ ସଂକ୍ରମଣ କମିବା ନେଇ ଆଶାଙ୍କା କରାଯାଉଛି । ଯେହେତୁ ଭ୍ୟାକକ୍ସିନ ନଥିଲା ତେଣୁ ବର୍ତ୍ତମାନ ମୃତ୍ୟୁ ସଂଖ୍ୟା ବଢ଼ୁଛି । ଯେତେ ଶୀଘ୍ର ଭ୍ୟାକ୍ସିନେସନ ସାରିବ ସେହି ଅନୁପାତରେ ମୃତ୍ୟୁ ସଂଖ୍ୟା କମିବ । ରାଜ୍ୟରେ ଧୀରେ ଧୀରେ ଆଇସିୟୁ ସଂଖ୍ୟା ବଢ଼ାଯାଉଛି । କିମ୍ସ ହସ୍ପିଟାଲରେ ଆଇସିୟୁ ବଢ଼ାଇବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ବ୍ଲାକ ଫଙ୍ଗସ ଥିଲା, ହ୍ଵାଇଟ ଫଙ୍ଗସ୍ ବି ପୂର୍ବରୁ ରହିଥିଲା । ଲୋକ ମାନେ ଭୟଭୀତ ହୁଅନ୍ତୁ ନାହିଁ । ମାଲେରିଆ, ଯକ୍ଷ୍ମା ଭଳି ବ୍ଲାକ ଫଙ୍ଗସକୁ କେବଳ ନୋଟିଫାଏଡ୍ ଡିଜିଜି ବୋଲି ଘୋଷଣା କରାଯାଇଛି । ସମସ୍ତ ନୋଟିଫାଏଡ୍ ଡିଜିଜି ମହାମାରୀ ନୁହେଁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

Get real time updates directly on you device, subscribe now.

Leave A Reply

Your email address will not be published.