THE BYAPINI

ଏକାମ୍ର କ୍ଷେତ୍ର ବିକାଶରେ ବାଧା!

Get real time updates directly on you device, subscribe now.

ଶ୍ରୀମନ୍ଦିର ପାଇଁ ପ୍ରସ୍ତାବିତ ବାଇ-ଲ ପ୍ରତ୍ୟାହାର କରାଯାଇଛି । ଜଗନ୍ନାଥଙ୍କ ମନ୍ଦିର ପାଇଁ ଜାତୀୟ କୀର୍ତିରାଜ କତୃପକ୍ଷଙ୍କ ପ୍ରସ୍ତାବିତ ବାଇ-ଲ’କୁ ହଟାଇ ଦିଆଯାଇଥିବା ବେଳେ ,ଏକାମ୍ର କ୍ଷେତ୍ରର ବିଭିନ୍ନ ମନ୍ଦିର ପାଇଁଏହି ନିୟମକୁ ପ୍ରତ୍ୟାହାର କରାଯାଇନାହିଁ ।ଯାହାକୁ ନେଇ ଦେଖାଦେଇଛି ବିବାଦ ।

ଏକାମ୍ର୍ର କ୍ଷେତ୍ରର ଅନନ୍ତ ବାସୁଦେବ ମନ୍ଦିର ଏବଂ ବ୍ରହ୍ମେଶ୍ବର ମନ୍ଦିର ପାଇଁ ଏହି ବାଇ ଲ ପ୍ରତ୍ୟାହାର ହେବ ନାହିଁ ବୋଲି କହିଛନ୍ତି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ । ଯାହାକି ରାଜ୍ୟ ସରକାରଙ୍କ ମେଗା ଏକାମ୍ର ବିକାଶ ଯୋଜନା ବାଟରେ କଣ୍ଟା ହୋଇଛି। ଏହାକୁ ନେଇ ସବୁ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଲିଙ୍ଗରାଜ ମନ୍ଦିରର ସେବାୟତମାନେ ଏନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ।ସେମାନଙ୍କ କହିବା ହେଲା,ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପାଇଁ୧୨ ମାସରେ ୧୩ ଯାତ୍ରା ଖଂଜା ହୋଇଛି ।ଏହି ସବୁ ଯାତ୍ରାରେ ପ୍ରଭୁ ଲିଙ୍ଗରାଜ,ମନ୍ଦିର ନିକଟରେ ଥିବା ମନ୍ଦିରଗୁଡିକୁ ଯାତ୍ରା କରନ୍ତି ।ସେଥିପାଇଁ ଅନନ୍ତ ବାସୁଦେବ ଓ ବ୍ରହ୍ମେଶ୍ୱର ମନ୍ଦିର ଭଳି ବହୁ ମନ୍ଦିରରେ ସେବାୟତମାନଙ୍କୁ ଥଇଥାନ କରାଯାଇଛି ।ଏପରିକି ସେବାପୂଜା ସୁରୁଖୁରରେ କରିବା ପାଇଁ ସେବାୟତ ସାହି ଗୁଡିକ ମନ୍ଦିର ପାଖରେ ଗଢି ଉଠିଛି ।ଯେହେତୁ ପ୍ରସ୍ତାବିତ ବାଇ-ଲ ଅନୁସାରେ ମନ୍ଦିରର ୩ଶହ ମିଟର ପରିଧି ଏକପ୍ରକାର କଟକଣା ଅଂଚଳ ଭାବେ ଚିହ୍ନଟ ହେବ ।ଏବଂ ଏନଏମଏର ବିନା ଅନୁମତିରେ ଏଠାରେ ବିକାଶ କାମ ହୋଇପାରିବ ନାହିଁ ।ତେଣୁ ସେବାୟତ ପରିବାର ବିଶେଷ ଭାବେ ପ୍ରଭାବିତ ହେବେ ବୋଲି ଆଶଙ୍କା କରାଯାଉଛି । କେନ୍ଦ୍ରର ନିଷ୍ପତି ପ୍ରତ୍ୟାହାର ନହେଲେ କେନ୍ଦ୍ର ମନ୍ତ୍ରୀ ଓ ସାଂସଦ ମାନଙ୍କୁ ଏକାମ୍ର କ୍ଷେତ୍ରରେ ପୁରାଇ ଦେବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି ସେବାୟତ ।

ଏକାମ୍ର କ୍ଷେତ୍ର ପ୍ରକଳ୍ପ ବାଧାପ୍ରାପ୍ତ ନେଇ ଭୁବନେଶ୍ୱର ସାଂସଦଙ୍କ ନୀରବତାକୁ ମନ୍ତ୍ରୀଙ୍କ ସମାଲୋଚନା। ସମାଲୋଚନା କଲେ ସାମାଜିକ ସଶକ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡା। ଟ୍ୱିଟ ଯୋଗେ ସମାଲୋଚନା କରି ଅଶୋକ କହିଛନ୍ତି ଯେ, ପ୍ରକଳ୍ପରେ ବାଧା ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ ଭୁବନେଶ୍ୱରବାସୀ କେବେ କ୍ଷମା ଦେବେନି। ସୂଚନା ଅନୁସାରେ ଏନଏମଏ ପ୍ରସ୍ତାବିତ ବାଇ ଲରୁ ଯଦିଓ ପୁରୀ ଶ୍ରୀମନ୍ଦିର ପ୍ରସଙ୍ଗ ପ୍ରତ୍ୟାହୃତ ହୋଇଛି କିନ୍ତୁ ଭୁବନେଶ୍ୱରର ବ୍ରହ୍ମେଶ୍ୱରପାଟଣା ଓ ଅନନ୍ତବାସୁଦେବ ମନ୍ଦିର ଏଥିରେ ରହିଛି। ତେଣୁ ଏହା କାର୍ୟ୍ୟକାରୀ ହେଲେ ଏକାମ୍ର କ୍ଷେତ୍ରରେ ବିକାଶ ବାଧାପ୍ରାପ୍ତ ହେବ।

Get real time updates directly on you device, subscribe now.

Leave A Reply

Your email address will not be published.