THE BYAPINI

ବୋତଲ ପାଣି ବିଷ!

Get real time updates directly on you device, subscribe now.

ରାଜ୍ୟରେ ଏବେ ପ୍ରତିଦିନ ନକଲି କାରଖାନା ଉପରେ ଚଢାଉ ଚାଲିଛି । ନକଲି ଖାଦ୍ୟ ସାମଗ୍ରୀ ପରେ ଏବେ ଠାବ ହୋଇଛି ନକଲି ପାଣି କାରଖାନା । ଅସଲି ବ୍ରାଣ୍ଡ ନାଁ ଥିବା ବୋତଲରେ ପାଣି ପୁରାଇ ବଜାରକୁ ଛଡାଯାଉଛି । ବ୍ରହ୍ମପୁର ବଡ ବଜାର ଥାନା ଅନ୍ତର୍ଗତ ଲକ୍ଷ୍ମୀବିହାର ଦ୍ୱିତୀୟ ଗଳିରେ ଥିବା ଏକ ନକଲି ପାଣି କାରଖନା ଉପରେ ପୁଲିସ ଚଢଉ କରିଛି ।

କଟକରୁ ସମ୍ବଲପୁର, ରାଜଧାନୀରୁ ବ୍ରହ୍ମପୁର ସବୁଆଡେ ଚାଲିଛି ନକଲି ଖାଦ୍ୟ ସାମଗ୍ରୀ ପସ୍ତୁତି । କିଛି ଦିନ ପୁଲିସ ଧରପଗଡ଼ ପରେ ଏହା ସାମନାକୁ ଆସିଛି । ବ୍ରହ୍ମପୁର ନକଲି ହଳଦୀ, ଲଙ୍କାଗୁଣ୍ଡ, ସସ ପରେ ଏବେ ନକଲି ପାଣି ବି ଜବତ ହୋଇଯାଇଛି । ଯାହାକୁ ନେଇ ସାଧାରଣ ଲୋକ ଭୟଭୀତ ହୋଇପଡିଛନ୍ତି । ୩ଟି ଭିନ୍ନ ଭିନ୍ନ ବ୍ରାଣ୍ଡର ନାଁ ଦେଇ ଏଠାରେ ପାଣି ବୋତଲ ଚାଲଥିଲା । ପୁଲିସ ଏନେଇ ଖବର ପାଇବା ପରେ ଅତର୍କିତ ଚଢାଉ କରିଥିଲା । ଏହି ଘଟଣାରେ ଜଣେ ଯୁବକଙ୍କୁ ଅଟକ ରଖି ପଚରାଉଚରା ମଧ୍ୟ କରାଯାଉଛି ।

ଫ୍ୟାକ୍ଟ୍ରି ଉପରେ ଚଢାଉ କରି ବିଭିନ୍ନ ନକଲି ସାମଗ୍ରୀ ପୁଲିସ ଜବତ କରିଛି । ବିଭାଗୀୟ ଅନୁମତି ନ ଥାଇ ପାଣି ପାଉଚ ଓ ପାଣି ବୋତଲ ପ୍ରସ୍ତୁତ କରି ବିକ୍ରି କରୁଥିବା ଅଭିଯୋଗ ଆସିଥିଲା । କିଛି ଶ୍ରମିକଙ୍କୁ ସେଠାରେ ନିୟୋଜିତ କରି ପାଣି ବୋତଲ ପ୍ରସ୍ତୁତ କରାଯାଉଥିଲା। ବିଭିନ୍ନ ସ୍ଥାନରୁ ଖାଲି ପାଣି ବୋତଲ ଆଣି ସେଥିରେ ପାଣି ଭର୍ତ୍ତି କରାଯାଉଥିଲା। ଏହାପରେ ୩ଟି କମ୍ପାନିର ଷ୍ଟିକର୍‌ ଲଗାଇ ତାହା ମାତ୍ର ୧୦ଟଙ୍କାରେ ବଜାରକୁ ଛଡ଼ା ଯାଉଥିଲା।

Get real time updates directly on you device, subscribe now.

Leave A Reply

Your email address will not be published.