THE BYAPINI

ଦୁଷ୍ମନ୍ତଙ୍କ ପରିବାରକୁ ପୌଷ୍ୟ ଭାବେ ଗ୍ରହଣ କଲେ ପାରାଦୀପ ବିଧାୟକ

Get real time updates directly on you device, subscribe now.

ଦୁଷ୍ମନ୍ତ ଦାସଙ୍କ ପରିବାରକୁ ପୋଷ୍ୟ ଭାବେ ଗ୍ରହଣ କଲେ ପାରାଦୀପ ବିଧାୟକ ସମ୍ବିତ ରାଉତରାୟ । ଦୁଷ୍ମନ୍ତ ଦାସଙ୍କ ଦୁର୍ଭାଗ୍ୟ ଜନକ ବିୟୋଗରେ ସେ ଅତ୍ୟନ୍ତ ମର୍ମାହତ ବୋଲି କହିଛନ୍ତି । ଦୁଃଖଦ ସମୟରେ ପରିବାର ସହ ଅଛନ୍ତି ଓ ତାଙ୍କ ପରିବାରକୁ ପୋଷ୍ୟ ଭାବେ ଗ୍ରହଣ କରିଥିବା କହିଛନ୍ତି ।
ପାରାଦୀପ ବିଧାୟକ ସମ୍ବିତ ରାଉତରାୟ କହିଛନ୍ତି, ଦୁଷ୍ମନ୍ତଙ୍କ ପରିବାରର ଭଲ ମନ୍ଦ ବୁଝିବି । ପରିବାରର ମାସିକ ଖର୍ଚ୍ଚ, ପିଲାଙ୍କ ପାଠପଢା ଖର୍ଚ୍ଚ, ପିଲା ପାଠପଢି ଚାକିରି କଲା ପର୍ଯ୍ୟନ୍ତ ସବୁ ବୁଝିବି ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏପ୍ରିଲ ମାସରେ ତାଙ୍କ ପାଖକୁ ଦୁଷ୍ମନ୍ତ ଆସିଥିଲା । ୩ ଦିନ ଘରେ ରହିଥିଲା, ଆର୍ଥିକ ସହାୟତା ଦେଇ ୩ ମାସ ପରେ ଆସିବା ପାଇଁ କହିଥିଲେ ବୋଲି କହିଛନ୍ତି ।
ରାଜ୍ୟ ସରକାର ଦୁଷ୍ମନ୍ତଙ୍କ ପତ୍ନୀଙ୍କୁ ଚାକିରି ଦେବାକୁ ଘୋଷଣା କରିଛନ୍ତି । ମୃତକଙ୍କ ପରିବାରକୁ ୧ ଲକ୍ଷ ଟଙ୍କାର ସରକାରୀ ସହାୟତା ଓ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୩୦ ହଜାର ଟଙ୍କା ଦିଆଯାଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.