‘ଦୁଷ୍ମନ୍ତଙ୍କ ମୃତ୍ୟୁର ହେବ ବିଭାଗୀୟ ତଦନ୍ତ’
ଦୁଷ୍ମନ୍ତଙ୍କ ମୃତ୍ୟୁର ହେବ ଆଭ୍ୟନ୍ତରୀଣ ବିଭାଗୀୟ ତଦନ୍ତ । ଏସସିବି ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାରାଣା ଏନେଇ ସୂଚନା ଦେଇଛନ୍ତି । ଗତକାଲି ରାତିରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ରାତିରେ ଶବ ବ୍ୟବଚ୍ଛେଦ ହୋଇଛି । ଚିକିତ୍ସା ଅବହେଳା ଅଭିଯୋଗ ନେଇ ୨ଟି ଟିମ ଗଠନ ହେବ । ୨ଟି ଟିମରେ ପ୍ଲାଷ୍ଟିକ ସର୍ଜରୀ ଓ ଅର୍ଥୋପେଡିକ ଡାକ୍ତର ରହିବେ ।
ସେପଟେ ମୃତ ଦୁଷ୍ମନ୍ତଙ୍କ ପରିବାରକୁ ଭେଟିବାକୁ ବାହାରିଲା ବିଜେପିର ସାତ ଜଣିଆ ଟିମ ଜ୍ଝ ପୂର୍ବତନ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନେତୃତ୍ୱରେ ଟିମ ଜଗତସିଂହପୁରଜିଲ୍ଲା କୁଜଙ୍ଗ ଅନ୍ତର୍ଗତ ପଙ୍କପାଳ ଗ୍ରାମକୁ ବାହାରିଲା ଜ୍ଝ ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର କାର୍ୟ୍ୟକାରିତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ମନମୋହନ । ରାଜ୍ୟ ସରକାରଙ୍କ ସାମର୍ଥ୍ୟ ନ ଥାଇ କେବଳ ଆୟୁଷ୍ମାନ ଯୋଜନାକୁ କାଉଣ୍ଟର କରିବା ପାଇଁ ରାଜ୍ୟ ସରକାର ଲାଗୁ କରିଛନ୍ତି ଏହି ଯୋଜନା ଜ୍ଝ ତୁରନ୍ତ ଆୟୁଷ୍ମାନ ଯୋଜନା ଲାଗୁ କରିବା ପାଇଁ ଦାବି କରିଛନ୍ତି ମନମୋହନ ସାମଲ ଜ୍ଝ