THE BYAPINI

ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ, ନେଇପାରେ ବାତ୍ୟାର ରୂପ

Get real time updates directly on you device, subscribe now.

ଚଳିତ ବର୍ଷର ପ୍ରଥମ ବାତ୍ୟା ‘ତାଉତ’ ଗୁଜୁରାଟ ଆଡେ ଚାଲିଯାଇଥିବା ବେଳେ ଏବେ ଲୋକଙ୍କୁ ଘାରିଲାଣି ଆଉ ଏକ ଚିନ୍ତା । ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ଦାନା ବାନ୍ଧୁଥିବା ନେଇ ସଂକେତ ମିଳୁଛି । ଲଘୁଚାପଟି ଘନୀଭୂତ ହୋଇ ବାତ୍ୟାର ରୂପ ନେଇପାରେ । ଆସନ୍ତା ୨୭ ଓ ୨୮ ତାରିଖ ମଧ୍ୟରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଛି । ଆଉ ଏହି ବାତ୍ୟାର ପ୍ରଭାବ ପଶ୍ଚିମବଙ୍ଗ ଓ ଓଡିଶା ଉପରେ ରହିପାରେ ବୋଲି ଅନୁମାନ କରାଯାଉଛି । ତେବେ ଲଘୁଚାପ ସୃଷ୍ଟି ହେବାପରେ ଏନେଇ ସଠିକ ଆକଳନ କରିହେବ ।

ଓଡିଶାରେ ବାତ୍ୟା ନାଁ ଶୁଣିଲେ ରାଜ୍ୟବାସୀଙ୍କ ମନରେ ଛନକା ପଶେ । କାରଣ ପ୍ରତିବର୍ଷ ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ଲଘୁଚାପ ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେଉଛି । କେନ୍ଦ୍ର ଭୂ-ବିଜ୍ଞାନ ମନ୍ତ୍ରାଳୟର ସଚିବ ମାଧବନ ରାଜୀବନ ଏକ ଟ୍ୱିଟ କରି ଆଗାମୀ ୨୩ ତାରିଖ ବେଳକୁ ଆଉ ଏକ ଲଘୁଚାପ ସୃଷ୍ଟି ହେଉଥିବା ନେଇ ସେ ସଂକେତ ଦେଇଛନ୍ତି । ଏହା ସହ ତାଉତେର ସଠିକ ଆକଳନ ପାଇଁ ଭାରତୀୟ ପାଣିପାଗ ବିଭାଗକୁ ଶୁଭେଚ୍ଛା ଜଣାଇଛନ୍ତି । ତାଉ ତେରେ ସ୍ଥିତି, ଏହାର ଗତି ସହ ଲ୍ୟାଣ୍ଡଫଲ ସ୍ଥାନ ଓ ସମୟ ବାବଦରେ ଏକ ଦମ୍ ଠିକ ଆକଳନ କରୁଥିବାରୁ ଆଇଏମଡିକୁ ଧନ୍ୟବାଦ ଜଣାଇଛନ୍ତି ।

ଦୁଇ ଦିନ ତାଣ୍ଡବ ରଚିବା ପରେ ଦୁର୍ବଳ ହେଉଛି ସାମୁଦ୍ରିକ ବାତ୍ୟା ‘ତୌକତେ’ । ବିଳମ୍ବିତ ରାତିରେ ଗୁଜରାଟର ସୌରାଷ୍ଟ୍ରରେ ‘ତୌକତେ’ ଲ୍ୟାଣ୍ଡଫଲ୍ କରିଥିଲା । ‘ତୌକତେ’ ଉପକୂଳରେ ମାଡ଼ ହେବା ପରେ ଜୋରରେ ପବନ ବହିବା ସହ ପ୍ରବଳ ବର୍ଷା ହୋଇଥିଲା ।ବାତ୍ୟା ତାଉତେ ପାଇଁ କେରଳ,ମହାରାଷ୍ଟ,କର୍ଣ୍ଣାଟକ,ଗୁଜୁରାଟ କ୍ଷତିଗ୍ରସ୍ତ ହୋଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.