ଭୂକମ୍ପରେ ଥରିଲା ଜମ୍ମୁ-କଶ୍ମୀର
ଜମ୍ମୁ-କାଶୀ୍ମରର କାଶ୍ମୀର ଘାଟି ଓ ଜମ୍ମୁ ସମ୍ବାଗରେ ଭୂମିକମ୍ପ ଅନୁଭୂତ ହୋଇଛି ।ଶନିବାର ଭୋର ସମୟରେ ହାଲକା ଭୂମିକମ୍ପ ଅନୁଭୂତ ହୋଇଛି । ଦିଲ୍ଲୀ- ଏନସିଆର ଓ ଅନ୍ୟ ଇଲାକାରେ ମଧ୍ୟ ହାଲକା ଭୂମିକମ୍ପ ଅନୁଭୂତ ହୋଇଛି । ଜମ୍ମୁରେ ଭୂମିକମ୍ପର ତୀବ୍ରତା ୫.୭ ଥିଲା । ଏଠାରେ ପ୍ରଭାବ ଅଧିକ ଅନୁଭୂତ ହୋଇଥିଲେ ବି କୌଣସି କୌଣସି କ୍ଷୟ କ୍ଷତିର ସୂଚନା ମିଳିନାହିଁ ।
ଆଫଗାନିସ୍ତାନର ତାଜିକିସ୍ତାନ ଭୁମିକମ୍ପର କେନ୍ଦ୍ର ସ୍ଥଳ ବୋଲି ଜଣାପଡିଛି ।ଏହା ପୂର୍ବରୁ ଜାନୁଆରୀ ୧୪ ତାରିଖରେ ମଧ୍ୟ ଜମ୍ମୁ-କାଶ୍ମୀରରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ରେକ୍ଟର ସ୍କେଲରେ ଏହାର ତୀବ୍ରତା ୫.୩ ଥିଲା । ଭୂକମ୍ପର ତୀବ୍ରତା ଏତେ ଅଧିକ ଥିଲା ଯେ ପ୍ରାୟ ୨୦ ସେକେଣ୍ଡ ଧରି ଏହା ଅନୁଭୂତ ହୋଇଛି। ଘଟଣା ପରେ ଲୋକମାନେ ଖୋଲା ସ୍ଥାନକୁ ଦୌଡ଼ି ଯିବା ସହ ଦୀର୍ଘ ସମୟ ଧରି ସେଠାରେ ଅପେକ୍ଷା କରିଥିଲା।