THE BYAPINI

ଦିନବେଳା ଘରୁ ନବାହାରିବାକୁ ପରାମର୍ଶ

Get real time updates directly on you device, subscribe now.

ଖାଲି ଭୁବନେଶ୍ୱର ନୁହେଁ ସାରା ରାଜ୍ୟ ଜଳୁଛି । ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ନେଇ ସତର୍କ କଲା ପାଣିପାଗ ବିଭାଗ । ଆଜି ବି ହିଟ ୱେଭ କଣ୍ଡିସନ ଜାରି ରହିବ । ଦିନ ବେଳା ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି । ଅପରାହ୍ଣ ୪ଟା ପର୍ୟ୍ୟନ୍ତ ଖରାକୁ ନ ବାହାରିବାକୁ ଏସ୍‌ଆର୍‌ସିଙ୍କ କାର୍ୟ୍ୟାଳୟ ପକ୍ଷରୁ ସତର୍କ କରାଯାଇଛି।

ଖରାର ପ୍ରକୋପ ବଢି ବଢି ଚାଲିଛି । ସକାଳ ହେଉ ହେଉ ତାତି ଏମିତି ବଢିଯାଉଛି ଯେ ଦିନ ବେଳା ଘରୁ ବାହାରିବାକୁ ଡର ଲାଗୁଛି । ସୁନ୍ଦରଗଡ, ସମ୍ବଲପୁର, ଝାରୁସୁଗୁଡା, କେନ୍ଦୁଝର, ମୟୁରଭଞ୍ଜ, ଦେଓଗଡ, ବରଗଡ, ଅନୁଗୁଳ, ଢେଙ୍କାନାଳ, ସୋନପୁର, ବୌଦ୍ଧ, କନ୍ଧମାଳ, ନୂଆପଡା, ବଲାଙ୍ଗିର, କଳାହାଣ୍ଡି, ନୟାଗଡ, ଖୋର୍ଦ୍ଧା, କଟକ, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ପାଇଁ ଏହି ସତର୍କ ସୂଚନା ଦିଆଯାଇଛି ।

ଭୁବନେଶ୍ୱରରେ ମାର୍ଚ୍ଚ ମାସରେ ଏଭଳି ତାତି କେବେ ଅନୁଭବ କରିନଥିଲା। ୭୩ବର୍ଷ ଭିତରେ ପାରଦ କେବେ ଏତେ ଉପରମୁହାଁ ହୋଇନଥିଲା। ଗତକାଲି ରାଜଧାନୀ ତାତି ସବୁ ରେକର୍ଡ ଭାଙ୍ଗି ୪୪.୨ଡିଗ୍ରି ଛୁଇଁଥିଲା । ଗତକାଲି ରାଜ୍ୟର ୧୩ଟି ସହରର ତାପମାତ୍ରା ୪୧ ଡିଗ୍ରୀ ଉପରେ ରହିଥିଲା। ଫଳରେ ଅସହ୍ୟ ଗରମରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିଲା। ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ, ଆସନ୍ତା ଦୁଇ ଦିନ ପର୍ୟ୍ୟନ୍ତ ତାତିରୁ ତ୍ରାହି ମିଳିବନି। କିଛି ସ୍ଥାନରେ ପାରଦ ୪୫ଡିଗ୍ରି ଟପିବାର ଆଶଙ୍କା ଅଛି। ୨୧ଟି ଜିଲ୍ଲା‌ରେ ପ୍ରବଳ ଗ୍ରୀଷ୍ମପ୍ରବାହ ହେବାର ଆଶଙ୍କା କରାଯାଉଥିବାରୁ ଆସନ୍ତା ଦୁଇ ଦିନ ପାଇଁ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କଟକ, ନୟାଗଡ଼, ଖୋର୍ଦ୍ଧା, ସୋନପୁର, ବୌଦ୍ଧ, କନ୍ଧମାଳ, ବଲାଙ୍ଗୀର, କଳାହାଣ୍ଡି, ନୂଆପଡ଼ା ଜିଲ୍ଲା ପାଇଁ ଅରେଞ୍ଜ୍ ୱାର୍ଣ୍ଣଂ ଜାରି କରାଯାଇଛି। ଅର୍ଥାତ୍ ଏଠାରେ ପାରଦ ୪୦ଡିଗ୍ରି ଉପରେ ରହିବା‌ ସହ ଅସହ୍ୟ ତାତି ହେବ। ଏଥିପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ରହିବା ସହ ରାଜ୍ୟବାସୀ ଖରାରେ ବାହାରକୁ ନ ବାହାରିବାକୁ ପାଣିପାଗ କେନ୍ଦ୍ର ସତର୍କ କରିଛି।

Get real time updates directly on you device, subscribe now.

Leave A Reply

Your email address will not be published.