ଏସସିବି ଇକମୋରେ ଅନ୍ନପୂର୍ଣ୍ଣା
କଟକ ଏସସିବିରେ ଆରମ୍ଭ ହୋଇଛି ଇକମୋ ଚିକିତ୍ସା । କଟକ ନିଶ୍ଚିନ୍ତକୋଇଲି ବ୍ଲକ ବଡ଼ଖିରା ଅଂଚଳର ଅନ୍ନପୂର୍ଣ୍ଣା ନାୟକ ପ୍ରଥମ ରୋଗୀ ଭାବେ ଏସସିବିରେ ଏହି ଚିକିତ୍ସା ପାଇଛନ୍ତି । ଡାକ୍ତର ମନୋଜ ପଟ୍ଟନାୟକଙ୍କ ଅଧୀନରେ ଏହି ଚିକିତ୍ସା ଆରମ୍ଭ ହୋଇଛି । ଗତକାଲି ଏସସିବି କୋଭିଡ ଆଇସିୟୁରେ ଅତି ସଂକଟାପନ୍ନ ଅବସ୍ଥାରେ ଚିକିତ୍ସାଧୀନ ନିଶ୍ଚିତକୋଇଲିର ଅନ୍ନପୂର୍ଣ୍ଣା ନାୟକଙ୍କୁ ଏକମୋ ୟୁନିଟରେ ଭର୍ତ୍ତି କରାଯିବା ପରେ ଚିକିତ୍ସା ଆରମ୍ଭ କରାଯାଇଛି ।
ବିଭାଗୀୟ ମୁଖ୍ୟ ତଥା ୟୁନିଟ ହେଡ ପ୍ରଫେସର ଡାକ୍ତର ମନୋଜ ପଟ୍ଟନାୟକଙ୍କ ଅଧିନରେ ଏହି ଚିକିତ୍ସା ଚାଲିଛି ।
କୋଲକାତାରୁ ଡ଼ାକ୍ତର ଦୀପାରଂଜନଙ୍କ ନେତୃତ୍ୱରେ ଆସିଥିବା ୩ଜଣ ବିଶେଷଜ୍ଞ ଏବଂ ସ୍ୱତନ୍ତ୍ର ତାଲିମ ନେଇଥିବା ଏସସିବିର ୫ଜଣ ଡ଼କ୍ତରଙ୍କ ସମେତ ୧୯ଜଣ ଟିମ୍ ଏଥିରେ ସାମିଲ ହୋଇଛନ୍ତି । ଗୁରୁତର ରୋଗୀଙ୍କୁ ଏହି ବ୍ୟୟବହୁଳ ଚିକିତ୍ସା ସମ୍ପୂର୍ଣ୍ଣ ମାଗଣାରେ କରିବା ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି । ଗୁରୁବାର ଦିନ ଏସସିବିରେ ୯ଟି ଇକମୋ ମେସିନର ଲୋକାର୍ପଣ କରିଥିଲେ ମୁଖ୍ୟମନ୍ତ୍ରୀ । ରାଜ୍ୟବାସୀଙ୍କ ପାଇଁ ଏହି ଚିକିତ୍ସା ସେବା ବ୍ୟୟବହୁଳ ହେବନାହିଁ । ଏହାକୁ ଲକ୍ଷ ରଖି ମୁଖ୍ୟମନ୍ତ୍ରୀ ଏହି ଏକମୋ ସେବାର ଶୁଭାରମ୍ଭ କରିଥିଲେ ।