କୁସ୍ତିରେ ପଦକ ପକ୍କା
ଅଲିମ୍ପିକ୍ସରେ ଭାରତ ପାଇଁ କୁସ୍ତିରେ ଆଉ ଏକ ପଦକ ପକ୍କା ହୋଇଛି । ରବି କୁମାର ଦାହିୟାଙ୍କ ଫାଇନାଲ ପ୍ରବେଶ ସହ ଭାରତ ପାଇଁ ଆଉ ଏକ ପଦକ ପକ୍କା ହୋଇଛି । ଏବେ ସେ ସ୍ୱର୍ଣ୍ଣ ପଦକ ପାଇଁ ଲଢ଼େଇ କରିବେ। ଯଦି ବି ସେ ହାରି ଯାଆନ୍ତି, ତା’ହେଲେ ତାଙ୍କୁ ରୌପ୍ୟ ପଦକ ମିଳିବ ନିଶ୍ଚିତ । ଯଦି ସେ ସ୍ୱର୍ଣ୍ଣ ଜିତିବେ, ତା’ହେଲେ ଭାରତୀୟ ରେସଲିଂ ପାଇଁ ନୂଆ ଇତିହାସ ସୃଷ୍ଟି କରିବେ। କାରଣ ଭାରତ ପାଇଁ ଅଲିମ୍ପିକ୍ସରେ ଆଜି ଯାଏ କୌଣସି ରେସଲର ସ୍ୱର୍ଣ୍ଣ ଜିତି ନାହାନ୍ତି।
ରବି ୫୭ କେଜି ୱେଟ୍ କ୍ୟାଟେଗରିର ତୂଡ଼ାନ୍ତ ରାଉଣ୍ଡରେ କାଜାକିସ୍ତାନର ନୁରୀସ୍ଲାମ ସନାୟେବଙ୍କୁ ହରାଇ ଫାଇନାଲରେ ଟିକେଟ୍ ପକ୍କା କରିଦେଇଛନ୍ତି। ମିଫାଇନାଲ ମ୍ୟାଚରେ ରବି ଗୋଟିଏ ସମୟରେ ୮ ପଏଣ୍ଟ ପଛରେ ପଡିଯାଇଥିଲେ । ମାତ୍ର ମ୍ୟାଚ୍ ଶେଷ ହେବାର ମାତ୍ର ୧ ମିନିଟ୍ ପୂର୍ବରୁ ସେ କାଜାକାସ୍ତାନର କୁସ୍ତିଯୋଦ୍ଧାଙ୍କୁ ପରାଜିତ କରି ମ୍ୟାଚରୁ ବାହାର କରିଦେଇଥିଲେ । ଅନ୍ୟପଟେ ମହିଳା କୁସ୍ତଯୋଦ୍ଧା ଅଂଶୁ ଭାରତ ପାଇଁ ଆଉ ଏକ ପଦକ ଆଣିବେ ବୋଲି ଆଶା କରାଯାଇଛି । ମହିଳା ବିଭାଗରେ ଅଂଶୁ ମଲ୍ଲିକ ପ୍ରି କ୍ୱାଟର ଫାଇନାଲରେ ବୁଲଗେରିଆ କୁସ୍ତଯୋଦ୍ଧା ହରିୟାନା କୁରାଚକିନାଙ୍କ ଠାରୁ ପରାଜିତ ହୋଇଥିଲେ ବି ଯଦି ହିରିୟାନା କୁରାଚକିନା ଫାଇନାଲରେ ପ୍ରବେଶ କରୁଛନ୍ତି ତେବେ ଅଂଶୁ ମଲ୍ଲିକ ରେପଚେଜ ରାଉଣ୍ଡରେ ପ୍ରବେଶ କରିବେ । ଏଠାରେ ତାଙ୍କ ପାଇଁ ବ୍ରୋଞ୍ଜ ମେଡାଲ ଜିତିବାର ସମ୍ଭାବନା ରହିଛି ।