THE BYAPINI

ସାଢେ ୫ଟା ପରେ ଅଫିସ ମନା..

Get real time updates directly on you device, subscribe now.

ଅପରାହ୍ନ ସାଢେ ୫ଟା ସୁଦ୍ଧା ଅଫିସ ଛାଡ଼ିବେ ମହିଳା କର୍ମଚାରୀ । ୫ଟା ୩୦ ପରେ ମହିଳା ଅଧିକାରୀ ଓ କର୍ମଚାରୀଙ୍କୁ ଅଫିସ୍ ଛାଡ଼ିବାକୁ ଦିଆଯାଇଛି ନିର୍ଦ୍ଦେଶ। ପୂର୍ତ୍ତ ବିଭାଗର ମୁଖ୍ୟ କହିଲେ ସରକାରଙ୍କ ନିର୍ଦ୍ଦେଶରେ ନିଆଯାଇଛି ଏଭଳି ନିଷ୍ପତ୍ତି । ସମସ୍ତ କାର୍ୟ୍ୟ ଦିବସରେ ସଂଧ୍ୟା ୫ଟା ୩୦ ସୁଦ୍ଧା ନିଶ୍ଚିତ ଭାବେ ଅଫିସ ଛାଡିବାକୁ କୁହାଯାଇଛି । ଯଦି ଅତି ଆବଶ୍ୟକ ଥିବ ତାହେଲେ ବିଭାଗର ମୁଖ୍ୟଙ୍କ ଅନୁମତି କ୍ରମେ ରହିପାରିବେ ।

ଭୁବନେଶ୍ୱର ନିର୍ମାଣ ସୌଧ ଭିତରେ ଥିବା ଇଞ୍ଜିନିୟର-ଇନ୍-ଚିଫଙ୍କ ଅଫିସରେ କିଛି ଏମିତି ଭାବରେ ଜାରି ହୋଇଛି ନିର୍ଦ୍ଦେଶନାମା । ନିର୍ଦ୍ଦେଶ ପରେ ମହିଳା ସୁରକ୍ଷା ଓ ନିରାପତା ବିଭାଗର ନୋଡାଲ ଅଫିସର ପାରୁଲ ପଟୱାରି ନିର୍ମାଣ ସୌଧ ଯାଇ ସେଠାରେ ମହିଳା କର୍ମଚାରୀଙ୍କ ସହ ଆଲୋଚନା କରିଛନ୍ତି । କର୍ମକ୍ଷେତ୍ରରେ ମହିଳା ମାନେ କେତେ ସୁରକ୍ଷିତ? ମହିଳାମାନେ କିଛି ଅସୁବିଧାର ସମ୍ମୁଖୀନ ହେଉଛନ୍ତି କି?ଏନେଇ ମହିଳା କର୍ମଚାରୀଙ୍କ ସହିତ ୱାନ ଟୁ ୱାନ ଆଲୋଚନା କରିଛନ୍ତି । କର୍ମକ୍ଷେତ୍ରରେ ମହିଳାଙ୍କ ସୁରକ୍ଷା ଓ ନିରାପତା ନେଇ ରାଜ୍ୟ ସରକାରଙ୍କୁ ସେ ରିପୋର୍ଟ ପ୍ରଦାନ କରିବେ ।

ଅଫିସରେ କାର୍ୟ୍ୟରତ ମହିଳା କର୍ମଚାରୀଙ୍କ ସୁରକ୍ଷା ପାଇଁ ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଏଭଳି ନିର୍ଦ୍ଦେଶ ଦିଆଯାଇଥିବା ବିଭାଗୀୟ ସୁପରିଟେଣ୍ଡିଂ ଇଞ୍ଜିନିୟର କହିଛନ୍ତି । ସମୟାନୁବର୍ତିତା, ସମୟ ଭିତରେ କାମ ସାରିବା ମୂଳ ଳକ୍ଷ୍ୟ ରହିଛି । ସମୟରେ ଆସିବା, ସମୟରେ କାମ କରିବା ଏବଂ ସମୟରେ ଯିବା ପାଇଁ ପୂର୍ବରୁ ନିର୍ଦ୍ଦେଶ ରହିଛି । ୧୦ଟାରୁ ସାଢେ ୫ଟା ପର୍ୟ୍ୟନ୍ତ ଅଫିସ ସମୟ ବୋଲି ଇଞ୍ଜିନିୟର-ଇନ୍-ଚିଫ୍ କହିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.