THE BYAPINI

‘ଏକାମ୍ର କ୍ଷେତ୍ରରୁ ହଟିବ ବାଇ-ଲ’

Get real time updates directly on you device, subscribe now.

ପୁରୀ ଭଳି ଏକାମ୍ର କ୍ଷେତ୍ରରୁ ହଟିବ ବାଇ-ଲ । ଏକାମ୍ର କ୍ଷେତ୍ରରୁ ଏନଏମଏର ବାଇ-ଲ ପ୍ରତ୍ୟାହାର ନେଇ ଦାବି ଜୋର ଧରିଥିବା ବେଳେ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗା ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ପୁରୀ ଶ୍ରୀମନ୍ଦିରରୁ ଏହି ବାଇ-ଲ’ ପ୍ରତ୍ୟାହୃତ ହୋଇଛି, ଲିଙ୍ଗରାଜରୁ ମଧ୍ୟ ପ୍ରତ୍ୟାହୃତ ହେବ ।

କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ କହିଛନ୍ତି , ଏହା ଏକ ଚିଠା ଅଧିନିୟମ । ବାଇ-ଲ’ ପ୍ରତ୍ୟାହାର ନେଇ କେନ୍ଦ୍ର ଗୃହମନ୍ତ୍ରୀ ଏବଂ ବିଭାଗୀୟ ମନ୍ତ୍ରୀଙ୍କ ସହ ଆଲୋଚନା କରିଛୁ । ଅନ୍ୟପଟେ ଗଣଶିକ୍ଷାମନ୍ତ୍ରୀ ସମୀର ଦାସ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି- ମୁଖ୍ୟମନ୍ତ୍ରୀ ଯେତେବେଳେ ଲିଙ୍ଗରାଜ ମନ୍ଦିରର ବିକାଶ କାମକୁ ହାତକୁ ନେଇଛନ୍ତି ଠିକ୍ ସେତେବେଳେ ବାଇ-ଲ’ ଆଣି ବିକାଶ କାମରେ ସମସ୍ୟା ସୃଷ୍ଟି କରିବା ଚିନ୍ତାଜନକ । ଲୋକଙ୍କ ଭାବାବେଗ ଓ ସେବାୟତଙ୍କ ଦାବିକୁ ଦୃଷ୍ଟିରେ ରଖି ଏହାକୁ ପ୍ରତ୍ୟାହାର କରିବା ପାଇଁ ସମୀର ଦାସ ଦାବି କରିିଛନ୍ତି ।

ସେପଟେ ବିବାଦୀୟ ବାଇ ଲ’କୁ ପ୍ରତ୍ୟାହାର କରିବାକୁ ଦାବି କରିଛି କଂଗ୍ରେସ । ଏନେଇ କଂଗ୍ରେସ ଲିଙ୍ଗରାଜ ମନ୍ଦିର ସମ୍ମୁଖରୁ ଦସ୍ତଖତ ଅଭିଯାନ ଆରମ୍ଭ କରିଛି । ପୂର୍ବରୁ ବାଇ ଲ’କୁ ବିରୋଧ କରି ସେବାୟତ ଓ ଭୁବନେଶ୍ୱର ବାସିନ୍ଦା ଲିଙ୍ଗରାଜ ମନ୍ଦିର ସମ୍ମୁଖରେ ହଜାର ହଜାର ଦୀପ ଜାଳିଥିଲେ । ବାଇ ଲ’କୁ ବିରୋଧ କରି ସରସ୍ୱତୀ ପୂଜା ଦିନ ଭୁବନେଶ୍ୱରର ବିଭିନ୍ନ ମଠ ଓ ମନ୍ଦିର ଆଗରେ ସେବାୟତମାନେ ଘଣ୍ଟ ବାଡେଇ ପ୍ରତିବାଦ କରିବେ ବୋଲି କହିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.