THE BYAPINI

‘ସଂକ୍ରମଣ ବୃଦ୍ଧି ପାଇଁ ନିର୍ବାଚନ କମିଶନ ଦାୟୀ’

Get real time updates directly on you device, subscribe now.

ଦେଶରେ କରୋନାର ଦ୍ୱିତୀୟ ଲହର ବ୍ୟାପିବା ପଛରେ ନିର୍ବାଚନ କମିଶନ ଦାୟୀ। ନିର୍ବାଚନ ଆୟୋଗକୁ ମାଡ୍ରାସ ହାଇକୋର୍ଟର କଡ଼ା ତାଗିଦ୍। କରୋନା ସଂକ୍ରମଣର ଦ୍ୱିତୀୟ ଲହର ସମୟରେ ରାଜନୈତିକ ଦଳମାନଙ୍କୁ ନିର୍ବାଚନ ସମାବେଶ କରିବାକୁ ଅନୁମତି ଦେଇଥିବାରୁ ନିର୍ବାଚନ ଆୟୋଗକୁ ଟିପ୍ପଣି କଲେ ହାଇକୋର୍ଟ। ଉଚ୍ଚ ନ୍ୟାୟାଳୟ କହିଛନ୍ତି ନିର୍ବାଚନ ଆୟୋଗ ନିଜର ଦାୟିତ୍ଵ ନିଭାଇରେ ବିଫଳ ହୋଇଛି। ନିର୍ବାଚନ ଆୟୋଗ ବିରୋଧରେ ହତ୍ୟା ମୋକଦ୍ଦମା ଚାଲିବା ଉଚିତ୍ ବୋଲି କହିଛନ୍ତି।

ଗତ କିଛିମାସ ହେବ ରାଜନୈତିକ ଦଳମାନେ ନିର୍ବାଚନୀ ପ୍ରଚାର ଅଭିଯାନ ଚଳାଇଥିବା ବେଳେ ନିର୍ବାଚନ କମିସନ ସେମାନଙ୍କୁ ନ ଅଟକାଇ ସମ୍ଭବତଃ ଦାୟିତ୍ୱହୀନ ପ୍ରତିଷ୍ଠାନ ଭଳି କାର୍ୟ୍ୟ କରିଛନ୍ତି । ତେଣୁ ଏହି ପ୍ରତିଷ୍ଠାନ ବିରୋଧରେ ନରହତ୍ୟା ଅଭିଯୋଗ ଦାଏର ହେବା ଉଚିତ୍ ବୋଲି ଅଦାଲତ କହିଛନ୍ତି । ମାଡ୍ରାସ ହାଇକୋର୍ଟର ମୁଖ୍ୟ ବିଚାରପତି ସଞ୍ଜୀବ ବାନାର୍ଜୀ ଓ ବିଚାରପତି ସେନ୍ତିକୁମାର ରାମମୂର୍ତ୍ତିଙ୍କୁ ନେଇ ଗଠିତ ପ୍ରଥମ ଖଣ୍ଡପୀଠ କହିଛନ୍ତି କି ଆଜି ଦେଶର କରୋନା ସଂକ୍ରମଣ ଯେଭଳି ସୁନାମୀ ଭଳି ମାଡିଚାଲିଛି ସେଥିପାଇଁ ଏକମାତ୍ର ପ୍ରତିଷ୍ଠାନ ନିର୍ବାଚନ କମିସନ ଦାୟୀ ।

ମାଡ୍ରାସ ହାଇକୋର୍ଟ ଚେତାବନୀ ଦେଇଛି ଯେ ଯଦି ଆସନ୍ତା ୨ ତାରିଖ ଦିନ କରୋନା ପ୍ରୋଟୋକଲକୁ ପାଳନ କରିବା ପାଇଁ ଆୟୋଗ ସଠିକ୍ ଯୋଜନା ନକରନ୍ତି ତେବେ ଭୋଟ୍ ଗଣନା ଉପରେ ପ୍ରତିବନ୍ଧକ ଲଗାଯିବ। ହାଇକୋର୍ଟର ପ୍ରଧାନ ବିଚାରପତି ଇଲେକସନ କମିଶନରଙ୍କୁ କହିଛନ୍ତି, ‘ଲୋକଙ୍କ ସ୍ୱାସ୍ଥ୍ୟ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏବଂ ଏହା ଚିନ୍ତାଜନକ ଯେ ସାମ୍ବିଧାନିକ କର୍ତ୍ତୃପକ୍ଷଙ୍କୁ ଏଭଳି କଥା ମନେରଖିବାକୁ ପଡ଼ିବ। ଜଣେ ବ୍ୟକ୍ତି ବଞ୍ଚିବା ପରେ ହିଁ ସେ ତାଙ୍କର ଗଣତାନ୍ତ୍ରିକ ଅଧିକାରର ଲାଭ ଉଠାଇବାକୁ ସମର୍ଥ ହେବେ।

Get real time updates directly on you device, subscribe now.

Leave A Reply

Your email address will not be published.