ବଢିଲା ବିଜୁଳି ଦର: ଜାଣନ୍ତୁ କେତେ ଥିଲା,କେତେ ହେଲା?
ଘରୋଇ ଉପଭୋକ୍ତାଙ୍କ ପାଇଁ ବଢିଲା ବିଦ୍ୟୁତ ଦର । ରାଜ୍ୟରେ ବିଦ୍ୟୁତ ଦର ବୃଦ୍ଧିକୁ ଙଋଜଉ ତରଫରୁ ମଂଜୁରୀ ମିଳିଛି। ସବୁ ସ୍ଲାବରେ ୟୁନିଟ୍ ପିଛା ୩୦ ପଇସା ବୃଦ୍ଧି ହୋଇଛି ।। ଆସନ୍ତା ଏପ୍ରିଲ ମାସ ୪ ତାରିଖରୁ ଲାଗୁ ହେବ ବର୍ଦ୍ଧିତ ଦର । ଏଣିକି ପ୍ରଥମ ୫୦ ୟୁନିଟ ପାଇଁ ୟୁନିଟ୍ ପିଛା ଦର ୩ ଟଙ୍କାକୁ ବୃଦ୍ଧି କରାଯାଇଛି।
ବଢିଥିବା ନୂଆ ବିଲରୁ ବାଦ ପଡିବେ କୃଷି ଏବଂ ବିପିଏଲ ପରିସରଭୁକ୍ତ ଲୋକେ । ଅର୍ଥାତ କୃଷି ଏବଂ ବିପିଏଲ ଶ୍ରେଣୀ ପରିସରଭୁକ୍ତ ବର୍ଗଙ୍କ ପାଇଁ ବର୍ଦ୍ଧିତ ଦର ଲାଗୁ ହେବନାହିଁ । ବିତରଣ ତାରିଫରେ ୩ ପଇସା ବୃଦ୍ଧି କରାଯାଇଛି । ୨୫ ପଇସାରୁ ୨୮ ପଇସା ହୋଇଛି ବିତରଣ ତାରିଫ ଦର । ନୂଆ ବୃଦ୍ଧି ନେଇ ସୂଚନା ଦେଇଛି ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ । ମିଟର ରେଣ୍ଟ, ମାସିକ ସର୍ବନିମ୍ନ ଚାର୍ଜ ମଧ୍ୟ ଅପରିବର୍ତ୍ତିତ ରହିଛି। ଘରୋଇ ଓ ସିଙ୍ଗଲ ଫେଜ ଉପଭୋକ୍ତାଙ୍କ ପାଇଁ ବିଦ୍ୟୁତ୍ ବିଲ୍ରେ ୨ ପ୍ରତିଶତ ରିହାତି ରହିଛି। ଏପରିକି ଡିଜିଟାଲରେ ପେମେଣ୍ଟ କଲେ ଉପଭୋକ୍ତାଙ୍କୁ ରିହାତି ମିଳିବ।
ଘରୋଇ ଉପଭୋକ୍ତା ୫୦ ୟୁନିଟ୍ ଯାଏଁ ୨ ଟଙ୍କା ୭୦ ପଇସାରୁ ବଢି ୩ ଟଙ୍କା ହୋଇଛି । ସେହିପରି ୫୦ରୁ ୨୦୦ ୟୁନିଟ୍ ଯାଏଁ ୪ ଟଙ୍କା ୫୦ ପଇସାରୁ ବୃଦ୍ଧି ହୋଇ ୪ ଟଙ୍କା ୮୦ ପଇସା ହୋଇଛି । ୨ ଶହରୁ ୪ଶହ ୟୁନିଟ୍ ଯାଏଁ ୫ଟଙ୍କା ୫୦ ପଇସା ବଦଳରେ ୫ ଟଙ୍କା ୮୦ ପଇସାକୁ ବୃଦ୍ଧି ହୋଇଛି । ସେହିପରି ୪୦୦ ୟୁନିଟରୁ ଅଧିକ ୟୁନିଟ ପିଛା ଦର ୫.୯୦ ଫଇସା ରହିଥିବା ବେଳେ ବର୍ଦ୍ଧିତ ଦର ଅନୁଯାୟୀ ଏହା ୬.୨୦ ପଇସା ହେବ ବୋଲି ସୂଚନା ଦେଇଛି ଙଋଜଉ ।