THE BYAPINI

୧୦ ଦିନର ଶିଶୁପୁତ୍ରକୁ ୧୦ ହଜାର ଟଙ୍କାରେ ବିକିଦେଲା ବାପା

Get real time updates directly on you device, subscribe now.

ନିଶା ପାଇଁ ନିଜ ଜନ୍ମକଲା ପୁଅକୁ ବିକି ଦେଇଥିଲା ବାପା ।ନିଶା ପାଇଁ ୧୦ ଦିନର ଶିଶୁପୁତ୍ରକୁ ୧୦ ହଜାର ଟଙ୍କାରେ ବିକିଦେଇଥିଲା ବାପା । ଭୁବନେଶ୍ୱର ମାଳିସାହି ଅଂଚଳରୁ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି । ଖାରବେଳନଗର ପୁଲିସ ସାହାର୍ଯ୍ୟରେ ସିଡବ୍ଲୁସି ଶିଶୁପୁତ୍ର ଉଦ୍ଧାର କରିଛି ।

୧୦ ଦିନର ଶିଶୁ ପୁତ୍ରକୁ ୧୦ ହଜାର ଟଙ୍କାରେ ବିକ୍ରି ନେଇ ସୋସିଆଲ ମିଡ଼ିଆରେ ଭିଡ଼ିଓ ଭାଇରାଲ ହୋଇଥିଲା । ଭିଡିଓ ଭାଇରାଲ ପରେ ଚାଇଲ୍ଡ ଲାଇନକୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ । ବହୁ ଖୋଜାଖୋଜି ପରେ ଶିଶୁଟିକୁ ଉଦ୍ଧାର କରାଯାଇଛି । ଛୁଆ ନଥିବାରୁ ୧୦ହଜାର ଟଙ୍କାରେ ଶିଶୁ ପୁତ୍ରକୁ ଜଣେ ମହିଳା କିଣିଥିଲେ । ୧୦ ହଜାର ଟଙ୍କାରେ ଶିଶୁଟିକୁ କିଣିଥିବା ମଧ୍ୟ ସେ ସ୍ୱୀକାର କରିଛନ୍ତି । ପିଲାଟିର ବାପା-ମା ଗରିବ ତେଣୁ ଶିଶୁଟିକୁ ବିକ୍ରି କରିଥିବା ସେ କହିଛନ୍ତି। ଅନ୍ୟପକ୍ଷରେ ଯେଉଁ ବ୍ୟକ୍ତିଟି ଶିଶୁପୁତ୍ରକୁ ବିକ୍ରି କରିଛନ୍ତି ସେ ଡ୍ରଗ୍ ଆଡିକ୍ଟି ଭଳି ମନେ ହେଉଛନ୍ତି। ତେଣୁ ନିଶା ପାଇଁ ସେ ପିଲାଟିକୁ ବିକ୍ରି କରିଥାଇପାରନ୍ତି ବୋଲି ଚାଇଲ୍ଡ ଲାଇନ ନିର୍ଦ୍ଦେଶକ ବେଣୁଧର କହିଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.