ମହାନିଦ୍ରାରେ ମନୋଜ ଦାସ
ପରଲୋକରେ ବିଶିଷ୍ଟ ସାହିତ୍ୟିକ ମନୋଜ ଦାସ । ଆଖିବୁଜିଦେଲେ ଓଡିଆ ସାହିତ୍ୟର ମଉଡମଣୀ । ୮୭ ବର୍ଷ ବୟସରେ ମନୋଜ ଦାସଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା । ପୁଡୁଚେରୀ ଆଶ୍ରମ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ସେ ଗତ କିଛି ବର୍ଷ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ । ତାଙ୍କ ପରଲୋକରେ କେବଳ ଓଡ଼ିଶା ନୁହେଁ ସମଗ୍ର ଭାରତୀୟ ସାହିତ୍ୟ ଜଗତରେ ଏକ ଯୁଗର ଅନ୍ତ ଘଟିଛି ।
ପଦ୍ମଶ୍ରୀ ଓ ପଦ୍ମ ଭୂଷଣ ଭଳି ସମ୍ମାନରେ ସମ୍ମାନୀତ ହୋଇଥିଲେ ମନୋଜ ଦାସ । ତାଙ୍କ ଦେହାନ୍ତରେ ସାରା ଓଡିଶାରେ ଶୋକର ଛାୟା ଖେଳିଯାଇଛି । ୧୯୩୪ ଫେବୃଆରୀ ୨୭ ତାରିଖରେ ବାଲେଶ୍ୱର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ମନୋଜ ଦାସ । କେନ୍ଦ୍ର ସାହିତ୍ୟ ଏକାଡେମୀ, ସରସ୍ୱତୀ ସମ୍ମାନ ସହ କେନ୍ଦ୍ର ସାହିତ୍ୟ ଏକାଡେମୀର ଫେଲୋସିପି ପାଇଥିଲେ ମନୋଜ ଦାସ । ଓଡିଆ ସାହିତ୍ୟ ପ୍ରତି ଥିଲା ତାଙ୍କର ଅନେକ ଅବଦାନ ।
ମନୋଜ ଦାସ ଓଡ଼ିଶାର ଜନମାନସରେ କୌଣସି ପରିଚୟର ଅପେକ୍ଷା ରଖନ୍ତି ନାହିଁ। କେବଳ ତାଙ୍କର ନାମ ହିଁ ଯଥେଷ୍ଟ। ମନୋଜ ଦାସ ଏକାଧାରାରେ ଜଣେ ସାହିତ୍ୟିତ, ସମ୍ପାଦକ ଏବଂ ସ୍ତମ୍ଭକାର । ଓଡିଆ ସାହିତ୍ୟ ତଥା ଭାରତ ସାହିତ୍ୟ ପ୍ରତି ତାଙ୍କର ଅବଦାନ ଅବିସ୍ମରଣୀୟ । ସାହିତ୍ୟ ପ୍ରତି ଏକାଗ୍ରତା, ଭଲପାଇବା ଏବଂ ଅବଦାନ ପାଇଁ ୨୦୦୧ ମସିହାରେ ପଦ୍ମଶ୍ରୀ ଏବଂ ୨୦୨୦ ମସିହାରେ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନୀତ ହୋଇଛନ୍ତି । ସେ ୧୯୬୩ ମସିହାରୁ ପଣ୍ଡିଚେରୀର ଶ୍ରୀ ଅରବିନ୍ଦ ଆଶ୍ରମଠାରେ ଅବସ୍ଥାନ କରୁଥିଲେ । ଓଡିଆ ସାହିତ୍ୟ ଓ ଇଂରାଜୀ ସାହିତ୍ୟରେ ଥିଲା ତାଙ୍କର ଅତୁଳନୀୟ ଅବଦାନ । ଅମୃତ ଫଳ, କନକ ଉପତ୍ୟକାର କାହଣୀ, ଆକାଶର ଇସାରା, ଶେଷ ବସନ୍ତର ଚିଠି, ଉପକଥା ଶତକ, ଚନ୍ଦ୍ରାଲୋକର ପ୍ରହରୀ ଓ ଆରଣ୍ୟକ ଭଳି ଗଳ୍ପ ଲେଖିଥିଲେ