THE BYAPINI

କଟକରେ ଏନକାଉଣ୍ଟର..ରାକାକୁ ଧରିଲା ପୋଲିସ

Get real time updates directly on you device, subscribe now.

କଟକରେ ଏନକାଉଣ୍ଟର । ଜଗତସିଂହପୁର ବାଲିକୁଦାର ଦୁର୍ଦ୍ଧାନ୍ତ ଅପରାଧୀ ରାକେଶ ଦାସ ଓରଫ ରାକାର ଏନକାଉଣ୍ଟର କରିଛି କମିଶନରେଟ ପୋଲିସ । ସକାଳ ସାଢେ ୬ଟା ବେଳେ ରାକା କଟକରୁ ଜଗତସିଂହପୁର ଯାଉଥିବା ଖବର ପାଇ ଅପରାଧିକୁ କାବୁ କରିବାକୁ ଯୋଜନା କରିଥିଲା ପୋଲିସ ।
୪୨ମୌଜା ନିକଟ ପରମହଂସ – ଅଠଙ୍ଗା ନଇବନ୍ଧରେ ବାଇକରେ ଆସୁଥିବା ରାକେଶ ଦାସ ଓରଫ ରାକାକୁ ଗିରଫ କରିବାକୁ ପୋଲିସ ଚେଷ୍ଟା କରିଥିଲା । ଚଢାଉ କରିଥିବା ଟିମ ଉପରେ ଅତର୍କିତ ଗୁଳି ଚାଳନା ଆରମ୍ଭ କରିଦେଇଥିଲା ରାକା । ପୋଲିସ ମଧ୍ୟ ପାଲଟା ଗୁଳିଚାଳନା କରିଥିଲା । ଏଥିରେ ରାକା ଆହତ ହୋଇଛି ।
ଦୁର୍ଦ୍ଧାନ୍ତ ରାକେଶ ଦାସ ଓରଫ ରାକା ନାଁରେ ୧୦ରୁ ଅଧିକ ମାମଲା ରହିଛି । ରାକା ଠାରୁ ବାଇକ, ବନ୍ଧୁକ ଓ ୩ରାଉଣ୍ଡ ଗୁଳି ଜବତ ହୋଇଥିବା ବେଳେ ଆହତ ଅବସ୍ଥାରେ ବଡ ମେଡିକାଲରେ ତାଙ୍କୁ ଭର୍ତି କରାଯାଇଛି । କନ୍ଦରପୁର ଥାନା ଆଇଆଇସି ଓ ଏସଆଇ ମଧ୍ୟ ଆହତ ହୋଇଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.