THE BYAPINI

ଆକାଶଙ୍କୁ ଜେଲରେ ଜେରା କରିବ ଇଡି

Get real time updates directly on you device, subscribe now.

ଚାକିରି କରାଇ ଦେବା ନାଁରେ ଠକେଇ ଅଭିଯୋଗ ମାମଲାରେ ଆକାଶ ପାଠକଙ୍କୁ ଜେଲରେ ଜେରା କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଝାରପଡ଼ା ଜେଲରେ ଥିବା ଆକାଶ ପାଠକଙ୍କୁ ଜେରା କରିବା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ୩ ଜଣିଆ ଟିମ୍ ପ୍ରସ୍ତୁତ ହୋଇଛନ୍ତି । ଜେଲରେ ଜେରା ନେଇ ଖୋର୍ଦ୍ଧା ଜିଲ୍ଲା ଦୌରାଜଜ୍ ଅନୁମତି ଦେଇଛନ୍ତି ।

ମନି ଲଣ୍ଡରିଂ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ତନାଘନା । ଘଟଣାରେ ୩୦ ଜଣଙ୍କୁ ପଚରାଉଚରା କରିଛି ଇଡି । ଅଭୟ ପାଠକ ଓ ତାଙ୍କ ପରିବାରକୁ ଜେରା ସରିଛି । ପ୍ରଦୀପ ପାଣିଗ୍ରାହୀଙ୍କୁ ଜେରା ନେଇ ଇଡିର ସୂଚନା ।

ଦୁର୍ନୀତି କରି ବିପୁଳ ପରିମାଣର ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଗତ ନଭେମ୍ବର ୨୭, ୨୦୨୦ ତାରିଖରେ ପାଠକ ବାପ ପୁଅଙ୍କୁ ଗିରଫ କରିଥିଲା । ପରେ ଆକାଶଙ୍କ ବିରୋଧରେ ଚାକିରି ଦେବା ନାଁରେ ଠକେଇ ଅଭିଯୋଗ ରୁଜୁ କରିଥିଲା କ୍ରାଇମବ୍ରାଞ୍ଚ । ଆକାଶଙ୍କ ବିରୋଧରେ ଟାଟାରେ ଚାକିରି କରାଇ ଦେବାକୁ କହି ବ୍ରହ୍ମପୁର ଓ ଗୋପାଳପୁର ଅଞ୍ଚଳର କିଛି ବ୍ୟକ୍ତିଙ୍କଠୁ ଠକେଇ କରିଥିବା ଅଭିଯୋଗ ରହିଛି ।

Get real time updates directly on you device, subscribe now.

Leave A Reply

Your email address will not be published.