ହାଇଦର: ସମ୍ବଲପୁରରୁ କଟକ ଆସିଲା କେମିିତି?
ଗ୍ୟାଙ୍ଗଷ୍ଟର ହାଇଦର ଏସସିବିରୁ ଚମ୍ପଟ ମାରିବା ପରେ ପୁଲିସର ନିଦ ହଜାଇଦେଇଛି । ସବୁ ଜିଲ୍ଲାରେ ପୁଲିସଙ୍କୁ ଆଲର୍ଟ କରାଯିବା ସହ ସହରର ସମସ୍ତ ପ୍ରବେଶ ପଥ ସିଲ୍ କରାଯିବା ସହ ନାକାବନ୍ଦୀ କରାଯାଇ ଯାଞ୍ଚ ଜାରି ରହିଛି। ହାଇଦରକୁ ଧରିବା ଲାଗି ୬ରୁ ଊର୍ଦ୍ଧ୍ୱ ଟିମ୍କୁ ନେଇ ବଡ଼ ଧରଣର ସର୍ଚ୍ଚ ଅପରେସନ ଆରମ୍ଭ କରିଛି ପୋଲିସ୍। ଏହାରି ଭିତରେ ଗ୍ୟାଙ୍ଗଷ୍ଟର ଫେରାର ନେଇ ଆସିଛି ଚାଂଚଲ୍ୟଖବର । ବୁର୍ଲା ଭୀମସାରରେ ହାଇଦର ମାର୍ଚ୍ଚ ମାସରେ ଚିକିତ୍ସା ନେଇ ରେଜିଷ୍ଟ୍ରରରେ ନାଁ ନାହିଁ । ଯାହା ଏବେ ସମସ୍ତଙ୍କୁ ଚକିତ କରିଛି ।
ଗ୍ୟାଙ୍ଗଷ୍ଟର ହାଇଦର ଫେରାର ପଛରେ ସମ୍ବଲପୁରରେ ହୋଇଥିଲା କି ଷଡଯନ୍ତ୍ର? ଏହି ପ୍ରଶ୍ନ ଏଥିପାଇଁ ଉଠୁଛି କାରଣ ହାଇଦର ବୁର୍ଲା ଭୀମସାରରେ ଚିକିତ୍ସିତ ହେଉଥିବା ନେଇ ମାର୍ଚ୍ଚ ମାସ ରେଜିଷ୍ଟ୍ରରେ ନାଁ ନାହିଁ । ମାର୍ଚ୍ଚ ମାସରେ ଥରୁଟିଏ ସେ ଆସିନାହାନ୍ତି ବୁର୍ଲା ମେଡିକାଲ । ଓପିଡି, ସର୍ଜରୀ, ନ୍ୟୁରୋଲଜି କିଂବା ମେଡିସିନ୍ କୌଣସି ବିଭାଗରେ ହାଇଦରର ନାଁ ନାହିଁ । ଡିସେମ୍ୱର ୧୨ ତାରିଖରେ ଶେଷ ଥର ପାଇଁ ବୁର୍ଲା ମେଡିକାଲ ଆସିଥିଲା ହାଇଦର । ହେଲେ ବଡ଼ କଥା ହେଉଛି ସେତେବେଳେ ଡାକ୍ତର ତାଙ୍କୁ ବିଧିବଦ୍ଧ ଭାବେ କଟକ ରେଫର କରିନଥିଲେ । ଡାକ୍ତର କହିଥିଲେ,ଏସସିବି ମେଡିକାଲ ଯାଇ ସେ ଗୋଟେ ଥରେ ପରାମର୍ଶ ନେଇପାରିବେ ।
ଆଉ ମାର୍ଚ୍ଚ ୨୩ ତାରିଖରେ ସିଧାସଳଖ ତାଙ୍କୁ ସଂବଲପୁର ଜେଲରୁ କଟକ ବଡ ମେଡିକାଲକୁ ଚିକିତ୍ସା ପାଇଁ ଅଣାଯାଇଥିଲା । କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରିବା ପାଇଁ ଜେଲରେ ଆବଶ୍ୟକ କାଗଜପତ୍ର ପ୍ରସ୍ତୁତ କରାଯାଇଥିଲା ବୋଲି ସୂଚନା ମିଳିଛି । ସେପଟେ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣାରେ ସୁରକ୍ଷା ଦାୟିତ୍ୱରେ ଥିବା ୬ଜଣ ପୋଲିସ କର୍ମଚାରୀଙ୍କୁ ସସପେଣ୍ଡ କରାଯାଇଛି । ହାବିଲଦାର ରମେଶ ଚନ୍ଦ୍ର ଦେହୁରୀ ସସପେଣ୍ଡ ହୋଇଥିବେଳେ କନଷ୍ଟେବଳ ବୁଲବୁଲ୍ ସାହୁ, ଦୀପକ ସାହୁ , କନଷ୍ଟେବଳ ମହମ୍ମଦ ମୌସିମ୍, ଉମାକାନ୍ତ ବେହେରା , କନଷ୍ଟେବଳ ସୁଧାଂଶୁ ମାଝୀ ସସପେଣ୍ଡ ହୋଇଛନ୍ତି । ଏମାନେ ସମସ୍ତେ ହାଇଦରର ସୁରକ୍ଷା ଦାୟିତ୍ବରେ ଥିଲେ ।
ଗ୍ୟାଙ୍ଗଷ୍ଟର ସୁଲେମାନ ହତ୍ୟାକାଣ୍ଡରେ ସଜ୍ଜା କାଟୁଥିଲା ହାଇଦର । ସମ୍ବଲପୁର ସର୍କଲ ଜେଲରେ ସଜା କାଟୁଥିଲା । ୨୦୦୯ ମସିହାରେ ଗ୍ୟାଙ୍ଗଷ୍ଟର ସୁଲେମାନଙ୍କୁ ହତ୍ୟା କରାଯାଇଥିଲା ।