THE BYAPINI

କଟକରେ ସୋମବାରଠୁ ନୂଆ କଟକଣା

Get real time updates directly on you device, subscribe now.

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଟକରେ ସୋମବାରରୁ ଆରମ୍ଭ ହେବ ନୂଆ କଟକଣା । ସଂକ୍ରମଣର ଚେନ ଭାଙ୍ଗିବାକୁ ନିଆଯିବ ନୂଆ ପଦକ୍ଷେପ । ଆସନ୍ତା ସୋମବାରଠାରୁ ଦିନ ୨ଟା ପରେ ସହରର ସବୁ ଦୋକାନ ବଜାର ବନ୍ଦ ରହିବ। ଆଗାମୀ ୧୫ ଦିନ ପାଇଁ ଏହି କଟକଣା ଲାଗୁ ହେବ । କେବଳ ଔଷଧ ଦୋକାନ ଛଡ଼ା ଅନ୍ୟ ସବୁ ଦୋକାନ ବନ୍ଦ ନେଇ ନିଷ୍ପତ୍ତି ନିଆଯାଇଛି।

କରୋନା ସ୍ଥିତି ନେଇ ସିଏମସି କମିସନର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି, କଟକରେ ଆରମ୍ଭ ହେବ ସ୍ୱେଚ୍ଛାକୃତ ଲକଡାଉନ୍। ସଂକ୍ରମଣ ବଢୁଛି ତେଣୁ ବ୍ୟବସାୟୀ ସଂଘ ନିଷ୍ପତ୍ତି ନେଉଛନ୍ତି। ସୋମବାରଠାରୁ ମେ ୧୫ ତାରିଖ ଯାଏଁ ଦିନ ୨ଟା ପରେ ଦୋକାନ ବଜାର ସଂପୂର୍ଣ୍ଣ ବନ୍ଦ ରହିବ । ସିଏମସି କମିସନର କହିଛନ୍ତି, ମାର୍କେଟ ଆସୋସିଏସନ, ଟ୍ରେଡର ଆସୋସିଏସନମାନଙ୍କ ସହିତ ମିଟିଂ କରାଯାଇଥିଲା। ଦିନ ୨ଟାରୁ ଦୋକାନ ବଜାର ବନ୍ଦ ରହିବ। ଏହି ନିୟମ ସୋମବାର ଠାରୁ ଲାଗୁ କରାଯିବ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବ୍ୟବସାୟୀ ସଂଘ ସ୍ବେଚ୍ଛାକୃତ ଭାବେ ଏଭଳି ନିଷ୍ପତ୍ତି ନେଇଛି। ଯାହା ଅତ୍ୟନ୍ତ ସ୍ବାଗତଯୋଗ୍ୟ। କରୋନାର ଚେନକୁ ଭାଙ୍ଗିବାରେ ଏହା ସହାୟକ ହେବ ବୋଲି ଆଶା କରାଯାଉଛି।

ଔଷଧ ଦୋକାନ ଖୋଲା ରହିବ। ମାଲ ଗୋଦାମରେ ଲୋଡିଂ ଏବଂ ଅନଲୋଡିଂ ଉପରେ କୌଣସି କଟକଣା ନାହିଁ। ଅନଲାଇନରେ ଫୁଡ୍ ଡେଲିଭରି ମଧ୍ୟ ହୋଇପାରିବ ବୋଲି କହିଛନ୍ତି ସିଏମସି କମିସନର। ଏଥି ସହିତ ମାସ୍କ ପିନ୍ଧିବା, ସାନିଟାଇଜେସନ୍ ଓ ସାମାଜିକ ଦୂରତା ଉପରେ ଗୁରୁତ୍ବ ଦିଆଯାଉଛି।

Get real time updates directly on you device, subscribe now.

Leave A Reply

Your email address will not be published.