ଜୀବନ ପ୍ରଦୀପଙ୍କ ଘର ବାହୁଡା
ପୁଣି ପଦ୍ମ ଧରିଲେ ବାଲେଶ୍ୱର ସଦରର ପୂର୍ବତନ ବିଧାୟକ ଜୀବନପ୍ରଦୀପ ଦାଶ। ବିଜେଡି ଛାଡି ବିଜେପିରେ ଯୋଗ ଦେଇଛନ୍ତି ଜୀବନ ପ୍ରଦୀପ ଦାସ । ବାଲେଶ୍ବର ସହରର ଆତିଥ୍ୟ ଭବନରେ ଅନୁଷ୍ଠିତ ଏକ ମିଶ୍ରଣ ପର୍ବରେ ସେ ବିଜେପିରେ ଯୋଗଦେଇଛନ୍ତି ।
ଜୀବନପ୍ରଦୀପ ଦାଶ ଉପନିର୍ବାଚନ ସମୟରେ ବିଜେଡିରେ ରହି ଦଳ ବିରୋଧୀ କାର୍ୟ୍ୟ କରିଥିବା ନେଇ ଅଭିଯୋଗ ଆସିଥିଲା । ଏହା ପରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ଦଳରୁ ନିଲମ୍ବିତ କରିଥିଲେ । ନଭେମ୍ବର ୬ ତାରିଖରେ ଜୀବନ ପ୍ରଦୀପ ଦାସ ବିଜେଡିରୁ ଇସ୍ତଫା ଦେଇଥିଲେ ।
ବିଜେପି ବିଧାୟକ ଥିବା ମଦନ ମୋହନ ଦତ୍ତଙ୍କ ଦେହାନ୍ତ ପରେ ବାଲେଶ୍ୱର ସଦରରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା । ତାଙ୍କୁ ଦଳ ପ୍ରାର୍ଥୀ କରି ନ ଥିବାରୁ ସେ ଦଳ ବିରୋଧୀ ଆଭିମୁଖ୍ୟ ଆପଣାଇ ବିଜେପି ପ୍ରାର୍ଥୀଙ୍କୁ ସହଯୋଗ କରିଥିବା ଅଭିଯୋଗ ହୋଇଥିଲା । ଜୀବନପ୍ରଦୀପଙ୍କୁ ଦଳ ପ୍ରାର୍ଥୀ କରି ନ ଥିବାରୁ ସେ ଦଳ ବିରୋଧୀ ଆଭିମୁଖ୍ୟ ଆପଣାଇ ବିଜେପି ପ୍ରାର୍ଥୀଙ୍କୁ ସହଯୋଗ କରିଥିବା ଅଭିଯୋଗ ହୋଇଥିଲା । ସେ ନିର୍ବାଚନ ବେଳେ ଦଳ ବିରୋଧରେ ମନ୍ତ୍ରଣା କରିବା ସହ ଦଳୀୟ କର୍ମୀ ଓ ଭୋଟର ମାନଙ୍କୁ ବିଜେପିକୁ ଭୋଟ ଦେବା ପାଇଁ ପ୍ରବର୍ତ୍ତାଇଥିଲେ । ଏନେଇ ଏକ ଫୋନକଲ ରେକର୍ଡ ଭାଇରାଲ ହେବା ପରେ ଦଳର ସୁପ୍ରିମୋ ତାଙ୍କୂୁ ଦଳରୁ ନିଲମ୍ବିତ କରିଥିଲେ ।
ଜୀବନ ପ୍ରଦୀପ ଦାସ ବାଲେଶ୍ବର ସଦର ଆସନରୁ ୨୦୦୯ ଓ ୨୦୧୪ ମସିହାରେ ବିଜେଡି ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ସେ ୨୦୧୯ରେ ବିଜେଡି ଟିକେଟରେ ପ୍ରାର୍ଥୀ ହୋଇଥିଲେ ମଧ୍ୟ ବିଜୟୀ ହୋଇପାରି ନଥିଲେ ।
ବିଜେପି ପକ୍ଷରୁ ଆୟୋଜିତ ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ତାଙ୍କୁ ଦଳରେ ମିଶାଇଛନ୍ତି। ଶ୍ରୀ ଦାଶଙ୍କ ଘରବାହୁଡ଼ା ବାଲେଶ୍ୱରରେ ଦଳକୁ ଅଧିକ ଶକ୍ତିଶାଳୀ କରିବ ବୋଲି କହିଛନ୍ତି।