ଦୁର୍ଗାପୂଜା ପାଇଁ ୧୦ ଦିନିଆ କଟକଣା
ଆସିଲା ଅକ୍ଟୋବର କରୋନା ଗାଇଡଲାଇନ୍ । ସେପ୍ଟେମ୍ବରରେ ଜାରି ହୋଇଥିବା ଗାଇଡଲାଇନ୍ ଅକ୍ଟୋବରରେ ବଳବତ୍ତର ରହିବ । ପ୍ରେସମିଟରେ ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ କୁମାର ଜେନା । ରାଜ୍ୟର ସମସ୍ତ ପୌରାଞ୍ଚଳରେ ନାଇଟ କର୍ଫ୍ୟୁ ଜାରି ରହିବ। ସମସ୍ତ ପୌରାଞ୍ଚଳରେ ରାତି ୧୦ଟାରୁ ସକାଳ ୫ଟା ଯାଏ ନାଇଟ କର୍ଫ୍ୟୁ ହେବ। କେବଳ କଟକ, ଭୁବନେଶ୍ୱର ପାଇଁ ନାଇଟ କର୍ଫ୍ୟୁ ଅଧିକ କଡ଼ାକଡ଼ି ହେବ। କଟକ, ଭୁବନେଶ୍ୱରରେ ୧୦ ଦିନ ପାଇଁ ରାତି ୮ରୁ ସକାଳ ୫ ନାଇଟ କର୍ଫ୍ୟୁ ଲାଗୁ ହେବ। ଅକ୍ଟୋବର ୧୧ରୁ ୨୦ ପର୍ୟ୍ୟନ୍ତ ରାତି ୮ଟାରୁ ସକାଳ ୫ଟା ନାଇଟ କର୍ଫ୍ୟୁ ଲାଗୁ ହେବ। ଦୁର୍ଗା ପୂଜାକୁ ଲକ୍ଷ୍ୟ ରଖି ରାଜ୍ୟ ସରକାର କଟକ, ଭୁବନେଶ୍ୱରରେ ଏହି ନିୟମ ଜାରି କରିଛନ୍ତି । କେବଳ ଏହି ୧୦ ଦିନ ସ୍ୱତନ୍ତ୍ର ନାଇଟ କର୍ଫ୍ୟୁ ଲାଗୁ ହେବ । ଅନ୍ୟ ଦିନ ମାନଙ୍କରେ ରାତି ୧୦ରୁ ସକାଳ ୫ଟା ଯାଏଁ ନାଇଟ କର୍ଫ୍ୟୁ ରହିବ ।
ପାର୍ବଣ ସମୟରେ ସତର୍କ ରହିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏହି ସମୟରେ କରୋନା କଟକଣା ପାଳନ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ପାର୍ବଣ ସମୟରେ ଆମକୁ ସରକାରଙ୍କ ନିୟମ ମାନିବାକୁ ହେବ । ଯଦି ଏହି ଦୁଇ ମାସ ଆମେ ନିୟମ ମାନି ରହିବା ତେବେ ଭବିଷ୍ୟତର ତୃତୀୟ ଲହରକୁ ଏଡାଇ ଦେଇପାରିବା ।