THE BYAPINI

ଫିତାକଟାକୁ ନେଇ ଫଁ ଫଁ!

Get real time updates directly on you device, subscribe now.

କରୋନା ବେଳେ ଫିତାକଟା ପଲିଟିକ୍ସ । କୋଭିଡ୍ କେୟାର ସେଣ୍ଟର ଉଦ୍‌ଘାଟନକୁ ନେଇ ବିଜେଡି ନେତା ମୁହାଁମୁହିଁ । ପାଲଲହଡ଼ା ବିଧାୟକ ମୁକେଶ ପାଲ୍ ଓ ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି । ସାଂସଦ ମହେଶ ସାହୁ ପହଁଚିବା ପୂର୍ବରୁ ବିଧାୟକ ମୁକେଶ ପାଲ ଫିତା କାଟି ଦେଇଥିଲେ । ଏହାକୁ ନେଇ ସାଂସଦ ଖପ୍ପା ହୋଇଯାଇଥିଲେ । ଏହା ପରେ ସାଂସଦଙ୍କ କଥାକୁ ନାପସନ୍ଦ କରି ଦୁଇ ଗୋଷ୍ଠୀ ମୁହାଁ ମୁହିଁ ହୋଇଥିଲେ ।

ଆଜି ପାଲଲହଡ଼ା ଆଦର୍ଶ ସ୍କୁଲରେ ଏକ କୋଭିଡ୍ କେୟାର ସେଣ୍ଟର ଉଦ୍‌ଘାଟନ ପ୍ରଶାସନ ପକ୍ଷରୁ ଉଦଘାଟନ ହେବାର ଥିଲା । । କୋଭିଡ୍ କେୟାର ସେଣ୍ଟର ଉଦ୍‌ଘାଟନ ପାଇଁ ପ୍ରଶାସନ ଉଭୟ ସାଂସଦ ଓ ବିଧାୟକଙ୍କୁ ଜଣାଇ ଦିଆଯାଇଥିଲା। ହେଲେ ପାଲଲହଡ଼ା ବିଧାୟକ ମୁକେଶ କୁମାର ପାଲ୍ ଆଗ ଠିକ ସମୟରେ ପହଚିଂଯାଇଥିବା ବେଳେ ସାଂସଦ ମହେଶ ସାହୁ ବିଳମ୍ବରେ ପହଞ୍ଚିଥିଲେ। ତେଣୁ ବିଧାୟକ ଆଗ ପହଚିଂଥିବାରୁ କୋଭିଡ କେୟାର ସେଂଟର ଉଦଘାଟନ କରିଥିଲେ । ହେଲେ ସାଂସଦ ଏହାକୁ ହଜମ କରିପାରିନଥିଲେ । ବିଧାୟକ କୋଭିଡ୍ କେୟାର ସେଣ୍ଟର ଉଦ୍‌ଘାଟନ କରି ଦେଇଥିବାରୁ ଏହା ଦେଖି ସାଂସଦ ଖପ୍ପା ହୋଇ ଯାଇଥିଲେ। ସାଂସଦ ମହେଶ ସାହୁ ବିଧାୟକଙ୍କୁ କହିଥିଲେ ଯେ, ଗୋଟିଏ ଦଳରେ ରହି ଏପରି ହୀନ ରାଜନୀତି କରି ଫିତାକାଟି କି ବାହାବା ନେଉଛ । ଆଉ ସାଂସଦଙ୍କ କଥାକୁ ନାପସନ୍ଦ କରି ଦୁଇ ଗୋଷ୍ଠୀ ମୁହାଁ ମୁହିଁ ହୋଇଥିଲେ । ବିଧାୟକଙ୍କ ଗୋଷ୍ଠି ସାଂସଦ ମହେଶ ସାହୁ ଡାଉନ ଡାଉନ ବୋଲି କହିବା ସହ ନାରା ଦେଉଥିଲେ । ଯାହାକୁ ନେଇ ସେଠାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା ।

ତେବେ ଘଟଣାକ ନେଇ ସାଂସଦ ମହେଶ ସାହୁ କହିଛନ୍ତି, ‘ସେ ଆସି ପହଞ୍ଚିଲା ବେଳକୁ ପାଲଲହଡ଼ାର ମାନ୍ୟବର ବିଧାୟକ ମୁକେଶ ପାଲ୍‌ ଫିତା କାଟି ସାରିଛନ୍ତି। ଏହାପରେ ସେ କହିଥିଲେ ମୁକେଶ ବାବୁ ଏ ରାଜନୀତି କ’ଣ ? କରୋନାରେ କି ରାଜନୀତି କରାଯାଏ ? ସେହିପରି ବିଧାୟକ ମୁକେଶ ପାଲ୍ ଘଟଣାକୁ ନେଇ କହିଛନ୍ତି, ‘ମୁଁ ତାଙ୍କୁ ବାରମ୍ବାର ଫୋନ୍‌ କରିଥିଲି ଓ ଯାଉଛି ବୋଲି ସେ କହିଥିଲେ। ସାଢ଼େ ୧୦ଟାରେ ଆମେ କୋଭିଡ୍‌ କେୟାର ସେଣ୍ଟରର ଉଦ୍‌ଘାଟନ କଲୁ। ଏହାପରେ ମାନ୍ୟବର ସାଂସଦ ପାଖାପାଖି ୧୧ଟାରେ ଆସି ପହଞ୍ଚିଥିଲେ। ଏହାପରେ ସେ ବିଭିନ୍ନ ଖରାପ ଭାଷା ପ୍ରୟୋଗ କରିଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.