THE BYAPINI

ଆଜି କେନ୍ଦ୍ର କ୍ୟାବିନେଟ ବୈଠକ

Get real time updates directly on you device, subscribe now.

ଆଜି କେନ୍ଦ୍ର କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ତ୍ସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏହି ବୈଠକରେ ଅନେକ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ମୋହର ବାଜିବ । ଯେଉଁଥିରେ ରଦ୍ଦ ହେବାକୁ ଥିବା ତିନି କୃଷି ଆଇନ୍ ରହିଛି । କ୍ୟାବିନେଟ ମୋହର ବାଜିବା ପରେ ସଂସଦରେ ଏ ନେଇ ପ୍ରସ୍ତାବ ଆଗତ ହେବ । ଏହାପରେ ତିନି କୃଷି ଆଇନ ରଦ୍ଦ ହେବ । ଏହା ପରେ ଦିଲ୍ଲୀ ସୀମାରେ ବସିଥିବା ଚାଷୀ ମାନେ ଆନ୍ଦୋଳନରୁ ହଟିବେ ବୋଲି ସଂଯୁକ୍ତ କିଷାନ ମୋର୍ଚ୍ଚା କହିଛି ।
ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ତିନି କୃଷି ଆଇନ ରଦ୍ଦ ହେବ ବୋଲି ଘୋଷଣା କରିଥିଲେ । ଏହାପରେ ସାମ୍ବିଧାନିକ ପ୍ରକ୍ରିୟା ଅନୁଯାୟୀ ଆଜି ପ୍ରଥମ ପ୍ରକ୍ରିୟା ।୧୯ ନଭେମ୍ବରରେ ପ୍ରଧାନମନ୍ତ୍ରୀ ଆଇନ ରଦ୍ଦ ହେବ ବୋଲି ଘୋଷଣା କରିଥିଲେ । ଏଥିପାଇଁ ସେ ଦେଶବାସୀଙ୍କୁ କ୍ଷମା ମାଗିଥିଲେ । କିଛି ଚାଷୀଙ୍କୁ ତାଙ୍କ ସରକାର କୃଷି ଆଇନ ବାବଦରେ ବୁଝାଇବାରେ ବିଫଳ ହୋଇଛନ୍ତି । ତେଣୁ ବାଧ୍ୟ ହୋଇ ତାଙ୍କ ସରକାର ଭଲ କୃଷି ଆଇନ ତିଆରି କରିଥିଲେ ମଧ୍ୟ ବାଧ୍ୟ ହୋଇ ଏହାକୁ ପ୍ରତ୍ୟାହାର କରୁଛନ୍ତି ବୋଲି ମୋଦୀ ଘୋଷଣା କରିଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.