THE BYAPINI

ବୁର୍ଲାରେ ଚାଷୀ ଆତ୍ମହତ୍ୟା ଅଭିଯୋଗ

Get real time updates directly on you device, subscribe now.

ସମ୍ବଲୁପର ଜିଲ୍ଲାରେ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଚାଷୀ ହେଲେ ଧନକଉଡ଼ା କୁଦଗୁଣ୍ଡେରପୁର ଗାଁର କୈବଲ୍ୟ ରୋହିଦାସ। ଧାନ ବିକ୍ରି ସମସ୍ୟା ଓ ଚାଷ କ୍ଷତିକୁ ନେଇ ସେ ମାନସିକ ଚାପରେ ଥିଲେ। ଗତ ବୁଧବାର ଦିନ ସେ ବିଷ ପିଇ ଦେଇଥିଲେ ବୋଲି ଅଭିଯୋଗ ହୋଇଛି।

ଟୋକନ ସମସ୍ୟା, ହାତ ଉଦ୍ଧାରୀ, ଅଭାବୀ ଧାନ ବିକ୍ରିକୁ ନେଇ ଚିନ୍ତାରେ ଥିବା ଚାଷୀ ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । କୈବଲ୍ୟ ରୋହିଦାସ ଚାପଗ୍ରସ୍ତ ହୋଇ ଆତ୍ମହତ୍ୟା କରିଥିବା ପୁଅ ଦଶରଥ ଅଭିଯୋଗ କରିଛନ୍ତି । ରବି ଧାନ ବିକ୍ରିରେ ସମସ୍ୟା ଯୋଗୁଁ ଋଣ ଭାରକୁ ନେଇ ତାଙ୍କ ବାପା ମାତ୍ରାଧିକ ଚାପରେ ଥିଲେ । ଟୋକନ ଆସିବାରୁ ପ୍ରାୟ ୫୫ କ୍ୱିଣ୍ଟାଲ ଧାନକୁ ଦଲାଲକୁ ବିକ୍ରି କରି କ୍ଷତି ସହିଥିଲେ । ଦେଢ ଲକ୍ଷ ଟଙ୍କାର ହାତ ଉଧାରି ଥିବା ବେଳେ ଖରିଫ ଚାଷ କରି ନପାରି ବାପା ଏଭଳି ଚରମ ନିଷ୍ପତ୍ତି ନେଇଥିବା ପୁଅ କହିଛନ୍ତି । ରବି ଋତୁରେ ପ୍ରାୟ ୨ ଶହ କ୍ୱିଣ୍ଟାଲ ଧାନ ଉତ୍ପାଦନ ହୋଇଥିବାଳେ ତାଙ୍କୁ ମାତ୍ର ୪୫ କ୍ୱିଣ୍ଟାଲ ଧାନ ବିକ୍ରି ପାଇଁ ଟୋକନ ମିଳିଥିଲା। ବାକି ପ୍ରାୟ ଦେଢ ଶହ କ୍ୱିଣ୍ଟାଲ ଧାନ କମ୍‌ ଦରରେ ବିକ୍ରି କରିଥିବାରୁ କୈବଲ୍ୟ ବିପୁଳ ପରିମାଣର କ୍ଷତି ସହିଥିଲେ। ପରେ ବର୍ଷା କାରଣରୁ ଖରିଫ୍ ଚାଷ କ୍ଷତି ହେବାରୁ ଭାଙ୍ଗି ପଡ଼ିଥିଲେ। ଏହାକୁ ନେଇ ସେ ଆର୍ଥିକ ସଙ୍କଟରେ ପଡ଼ିବା ସହ ଋଣ ଚାପରେ ଥିଲେ। ତେଣୁ ମାନସିକ ଚାପରେ ଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.