THE BYAPINI

ସାଢେ ସାତ ଘଂଟାର ବୈଠକ…ବାହାରିପାରିଲାନି ନିଷ୍କର୍ସ

Get real time updates directly on you device, subscribe now.

ସାଢେ ସାତ ଘଂଟା ଧରି ଆଲୋଚନା ପରେ ବି ବାହାରିଲାନି ସମାଧାନର ବାଟ । କୃଷକ ଓ ସରକାରଙ୍କ ମଧ୍ୟରେ ଆଲୋଚନା ଶେଷ ହୋଇଛି। ବୈଠକ ସରିଛି, କିନ୍ତୁ ସମାଧାନର ସୂତ୍ର ବାହାରିପାରିଲାନି । ଆସନ୍ତା ୫ ତାରିଖରେ ପୁଣି କୃଷକ ସଂଗଠନ ଓ ସରକାରଙ୍କ ମଧ୍ୟରେ ବୈଠକ ହେବା ନେଇ ସ୍ଥିର ହୋଇଛି । ତେବେ ଆଲୋଚନା ସଫଳ ହୋଇଥିବା ୈବଠକ କରେ କହିଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର । କୃଷକଙ୍କ ହିତ ପାଇଁ ସରକାର ପ୍ରତିବଦ୍ଧ। ସରକାର ଖୋଲା ମନରେ କୃଷକ ସଂଗଠନ ସହ ଆଲୋଚନା କରିଥିବା ତୋମାର କହିଛନ୍ତି । କୃଷକମାନେ ଆନ୍ଦୋଳନରୁ ଓହରି ଯିବାକୁ ସେ ଅପିଲ୍ କରିଛନ୍ତି ମନ୍ତ୍ରୀ

ଅନ୍ୟପଟେ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ଆନ୍ଦୋଳନକାରୀ ଚାଷୀ । ଆସନ୍ତାକାଲି ଦିନ ୧୧ଟାରେ କୃଷକ ସଂଗଠନ ପ୍ରତିନିଧିମାନଙ୍କ ବୈଠକ ବସିବ । ଏଥିରେ ଆଜିର ବୈଠକରେ କଣ ଚର୍ଚ୍ଚା ହୋଇଛି ସେ ନେଇ ବିସ୍ତୃତ ଭାବେ ଆଲୋଚନା ହେବ । ତାପରେ ପରବର୍ତି ନିଷ୍ପତି ନିଆଯିବ ।

କୃଷକ ନେତାଙ୍କୁ କୃଷି ମନ୍ତ୍ରୀ କହିଛନ୍ତି ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସ୍ପି)ରେ କୌଣସି ପରିବର୍ତ୍ତନ କରାଯାଇ ପାରିବ ନାହିଁ। ଆଜି ୩ କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା ହୋଇଛି। କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର, ବାଣିଜ୍ୟ ମନ୍ତ୍ରୀ ପିୟୁଷ ଗୋଏଲ ଓ ପଞ୍ଜାବର ସାଂସଦ ତଥା ବାଣିଜ୍ୟ ରାଜ୍ୟ ମନ୍ତ୍ରୀ ସୋମ ପ୍ରକାଶ ଦିଲ୍ଲୀର ବିଜ୍ଞାନ ଭବନରେ କୃଷକ ସଂଗଠନର ପ୍ରତିନିଧିଙ୍କ ସହ ବୈଠକ କରିଥିଲେ।
ବୈଠକରେ ଚାଷୀ ନେତା ନୂଆ କୃଷି ନିୟମ ଫେରାଇବା ପାଇଁ ଏକ ସଂସଦରେ ବିଶେଷ ଅଧିବେଶନ କରିବାକୁ ଦାବି କରିଥିଲେ। ନୂଆ କୃଷି ନିୟମ ବିରୋଧରେ ବିରୋଧ ପ୍ରଦର୍ଶନ କରୁଥିବା କୃଷକମାନଙ୍କ ଦାବି ଉପରେ ଚିନ୍ତା କରିବାକୁ ନେଇ ଏକ ସମିତି ଗଠନ କରିବାକୁ ସରକାର ପ୍ରସ୍ତାବ ଦେଇଥିଲେ। କିନ୍ତୁ ଏହାକୁ ଅସ୍ବିକାର କରିଛି କୃଷକ ସଂଗଠନ।

Get real time updates directly on you device, subscribe now.

Leave A Reply

Your email address will not be published.