THE BYAPINI

ସୁପ୍ରିମକୋର୍ଟରେ ଚାଷୀ

Get real time updates directly on you device, subscribe now.

ନୂଆ କୃଷି ଆଇନ ବିରୋଧରେ ସୁପ୍ରିମକୋର୍ଟ ଗଲେ ଚାଷୀ । କୃଷକ ବିରୋଧୀ କୃଷି ଆଇନକୁ ରଦ୍ଦ କରିବାକୁ ଅନୁରୋଧ କରାଯାଇଛି । ଭାରତୀୟ କୃଷକ ସଂଗଠନ ଭାନୁ ଗୁଟ ତରଫରୁ ଏହି ମାମଲା ଦାୟର ହୋଇଛି । ଭାରତୀୟ କିଷାନ ୟୁନିୟନର ସଭାପତି ଭାନୁ ପ୍ରତାପ ସିଂ ଏହି ପିଟିସନ ଫାଇଲ କରିଛନ୍ତି । ନିଜ ପିଟିସନରେ ସେ ଦର୍ଶାଇଛନ୍ତି ଯେ ନୂଆ କୃଷି ଆଇନ ଭାରତୀୟ କୃଷିର ବ୍ୟବସାୟିକରଣ କରିବ ଓ କୃଷକମାନଙ୍କୁ କର୍ପୋରେଟ ହାଉସମାନଙ୍କ ନିୟନ୍ତ୍ରଣରେ ରଖିବ । ସେ କହିଛନ୍ତି ଯେ ଏହି କୃଷି ଆଇନଗୁଡ଼ିକ ବିନା ଆଲୋଚନା ଓ ସହମତିରେ ଗୃହୀତ ହୋଇଛି । ଅଭିଯୋଗରେ ୩ ଟି ଯାକ କୃଷି ଆଇନକୁ ଅସମ୍ବିଧାନିକ ଭାବେ ଗ୍ରହଣ କରି ଏହାକୁ ରଦ୍ଦ କରିବାକୁ ଦାବି କରାଯାଇଛି ।

ଅଭିଯୋଗକାରୀ କହିଛନ୍ତି କି ଏଭଳି ଆଇନ ଆଣି ସରକାର କୃଷକ ମାନଙ୍କ ଜମିକୁ ବହୁରାଷ୍ଟ୍ରୀୟ କମ୍ପାନୀ ମାନଙ୍କ ପାଖରେ ବନ୍ଧକ ରଖିବାକୁ ଚାହୁଁଛି । ଏହାଦ୍ୱାରା କିଛି ଦିନ ଉତ୍ପାଦିତ ସାମଗ୍ରୀର ମୂଲ୍ୟ ସରକାରୀ ଦର ଠାରୁ ଅଧିକ ମିଳିବ ତା ପରେ ମଣ୍ଡି ବ୍ୟବସ୍ଥା ଶେଷ ହୋଇଯିବ । ମଣ୍ଡି ବ୍ୟବସ୍ଥା ଶେଷ ହୋଇଗଲା ପରେ ବହୁରାଷ୍ଟ୍ରୀୟ କମ୍ପାନୀ ମାନେ ସେମାନଙ୍କ ମନ ମୁତାବକ ଦାମ ଦେଇ ଶଷ୍ୟ କିଣିବେ । କାରଣ କୃଷକଙ୍କ ପାଖରେ କିଛି ବିକଳ୍ପ ନଥିବ । ଏହା ପୂର୍ବରୁ ବି ଏନେଇ ସୁପ୍ରିମକୋର୍ଟରେ ଅଭିଯୋଗ ଦାଖଲ ହୋଇଥିଲା । ଅଭିଯୋଗ ପରେ ସୁପ୍ରିମକୋର୍ଟ ତରଫରୁ ଜବାବ୍ ରଖିବାକୁ କେନ୍ଦ୍ରସରକାରଙ୍କୁ ନୋଟିସ୍ କରାଯାଇଥିଲା ।

ସେପଟେ ୧୬ଦିନରେ ପହଞ୍ଚିଛି ଚାଷୀଙ୍କ ଆନ୍ଦୋଳନ । ସରକାରଙ୍କ ସହ ବାରମ୍ବାର ଆଲୋଚନା ପରେ ବି କୌଣସି ନିଷ୍କର୍ସ ବାହାରିପାରିନାହିଁ । କିନ୍ତୁ ସରକାର ଆଇନରେ ସଂଶୋଧନ ଆଣିବାକୁ ରାଜି ଥିଲେ ମଧ୍ୟ ଆଇନ ପ୍ରତ୍ୟାହାର କରିବାକୁ ଖୋଲାଖୋଲି ମନା କରି ଦେଇଛନ୍ତି । ଏପଟେ ସିଂଘୁ ସୀମାରେ ଧାରଣାରେ ବସିଥିବା କୃଷକଙ୍କ ବିରୋଧରେ ରୁଜୁ ହୋଇଛି ଏଫଆଇଆର । ଧାରଣାସ୍ଥଳରେ ମହାମାରୀ ପାଇଁ ଲାଗୁ ହୋଇଥିବା ସାମାଜିକ ଦୂରତା ନିୟମ ପାଳନ କରୁନଥିବା ଅଭିଯୋଗ ଆଣି ଅଲ୍ଳୀପୁର ଥାନାରେ କୃଷକମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.