THE BYAPINI

ଟଙ୍କା ଆସିବ ରାଜଧାନୀରୁ

Get real time updates directly on you device, subscribe now.

ମହାମାରୀ ମହାସଂକଟ ବେଳେ ଚାଷୀଙ୍କ ମୁହଁରେ ଫୁଟିବ ହସ । ଚାଷୀଙ୍କୁ ସରକାରଙ୍କ ଅକ୍ଷୟ ତୃତୀୟା ଭେଟି । ଚାଷୀଙ୍କ ଆକାଉଂଟକୁ ଟଙ୍କା ପଠାଇବେ ସରକାର । ଗୋଟଏ ଦିନରେ ମିଳିବ ଡବଲ ସହାୟତା । କୃଷକ ଦିବସ ଓ ଅକ୍ଷୟ ତୃତୀୟାର ଅବ୍ୟବହିତ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘କାଳିଆ ସହାୟତା ରାଶି ଚାଷୀଙ୍କ ଆକାଉଣ୍ଟକୁ ପଠାଇବେ । ସେହିପରି ସାଢ଼େ ୯ କୋଟି ଚାଷୀଙ୍କ ପରିବାରକୁ ଆଜି ଅଷ୍ଟମ କିସ୍ତିର ପିଏମ୍ କିଷାନ ବା ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଟଙ୍କା ପଠାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଯେତେବେଳେ ଦେଶରେ ସଂକ୍ରମଣ ସ୍ଥିତି ସାଂଘାତିକ ହୋଇପଡିଛି ସେତେବେଳେ ଚାଷୀଙ୍କୁ ମୁହଁରେ ହସ ଫୁଟାଇବାକୁ ସରକାରଙ୍କ ପ୍ରୟାସ । ଅକ୍ଷୟ ତୃତୀୟା ପୂର୍ବରୁ ଚାଷୀଙ୍କୁ ମିଳିବ କାଳିଆ ଯୋଜନାର ପଞ୍ଚମ ପର୍ୟ୍ୟାୟ କିସ୍ତି ଅର୍ଥ ମିଳିବ । ମୁଖ୍ୟମନ୍ତ୍ରୀ ପ୍ରାୟ ୯ ଶହ ୨୦ କୋଟି ଟଙ୍କା ଏଥିପାଇଁ ମଞ୍ଜୁର କରିବେ । ୪୨ ଲକ୍ଷ କ୍ଷୁଦ୍ର, ନାମମାତ୍ର ଓ ଭୂମିହୀନ ଚାଷୀ ଉପକୃତ ହେବେ । ସେମାନଙ୍କ ଭିତରେ ୩୬ ଲକ୍ଷ ୯୮ ହଜାର ହେଉଛନ୍ତି କ୍ଷୁଦ୍ର ଓ ନାମମାତ୍ର ଚାଷୀ ।ତ ଫେବୃୟାରୀ ୧୨ ତାରିଖରେ କାଳିଆର ତୃତୀୟ କିସ୍ତି ଟଙ୍କା ଦିଆଯାଇଥିଲା । ଏଥିରେ ପ୍ରାୟ ୫୩ ଲକ୍ଷରୁ ଅଧିକ ଚାଷୀଙ୍କୁ ଡିବିଟି ଜରିଆରେ କାଳିଆ ଅର୍ଥ ଦିଆଯାଇଥିଲା । ଏଥିପାଇଁ ୧୨ ଶହ ୭୨ କୋଟିରୁ ଅଧିକ ଟଙ୍କା ଦିଆଯାଇଥିଲା ।

ସେହିପରି ସାଢ଼େ ୯ କୋଟି ଚାଷୀଙ୍କ ପରିବାରକୁ ଆଜି ଅଷ୍ଟମ କିସ୍ତିର ପିଏମ୍ କିଷାନ ବା ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଟଙ୍କା ପଠାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୋଟ୍ ୧୯ ହଜାର କୋଟି ଟଙ୍କା ଚାଷୀଙ୍କ ଜମାଖାତାକୁ ସିଧାସଳଖ ଟଙ୍କା ପଠା ଯିବ। ବର୍ତମାନ ସୁଦ୍ଧା ଏହି ଯୋଜନାରେ ୧ ଦଶମିକ ୧୫ ଲକ୍ଷ କୋଟି ଟଙ୍କା କୃଷକଙ୍କ ଖାତାକୁ ଯାଇସାରିଲାଣି । ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ପ୍ରତ୍ୟେକ ବର୍ଷ ଯୋଗ୍ୟ ହିତାଧିକାରୀଙ୍କୁ ୬ ହଜାର ଟଙ୍କା ଦିଆଯାଉଛି । ଏହି ଟଙ୍କା ପ୍ରତ୍ୟେକ ବର୍ଷ ୪ ମାସ ଅନ୍ତରରେ ୩ଟି କିସ୍ତିରେ ଆସୁଛି । ସପ୍ତମ କିସ୍ତି ଗତବର୍ଷ ୨୫ ଡିସେମ୍ବରରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ଜୟନ୍ତୀରେ ପଠାଯାଇଥିଲା । ଏହା ଡିବିଟି ଜରିଆରେ ସିଧା କୃଷକଙ୍କ ଖାତାକୁ ଯାଇଥାଏ ।

Get real time updates directly on you device, subscribe now.

Leave A Reply

Your email address will not be published.