ଆଜି ଶେଷ ପର୍ୟ୍ୟାୟ ନିର୍ବାଚନ
ଆଜି ରାଜ୍ୟରେ ଆରମ୍ଭ ହୋଇଛି ପଞ୍ଚମ ତଥା ଶେଷ ପର୍ୟ୍ୟାୟ ପଞ୍ଚାୟତ ନିର୍ବାଚନ । ସକାଳ ୭ଟାରୁ ଆରମ୍ଭ ହୋଇଛି ଭୋଟିଂ । ୨୫ ଜିଲ୍ଲାର ୪୮ ବ୍ଲକରେ ଆରମ୍ଭ ହୋଇଛି ଭୋଟିଂ । ୧୩୧ ଜିଲ୍ଲା ପରିଷଦ ଆସନରେ ନେତା ବାଛୁଛନ୍ତି ଜନତା । ୯୭୫ ପଞ୍ଚାୟତର ୧୩ ହଜାର ୫୧୪ ବୁଥରେ ମତ ସାବ୍ୟସ୍ତ କରୁଛନ୍ତି ଭୋଟର । ଭୋଟ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।
ପଞ୍ଚମ ପର୍ୟ୍ୟାୟ ନିର୍ବାଚନରେ ୧ ହଜାର ୭୭୫ ସମ୍ବେଦନଶୀଳ ବୁଥ ରହିଛି । ସମ୍ବେଦନଶୀଳ ବୁଥରେ ସୁରକ୍ଷା ବ୍ୟବସ୍ଥା ଅଧିକ କଡ଼ାକଡ଼ି କରାଯାଇଛି । ଏହି ପର୍ୟ୍ୟାୟରେ ୩୦ ହଜାରରୁ ଅଧିକ ପୋଲିସ କର୍ମଚାରୀ ନିୟୋଜିତ ହୋଇଛନ୍ତି । ରାଜ୍ୟରେ ଚାରୋଟି ପର୍ୟ୍ୟାୟରେ ପଞ୍ଚାୟତ ନିର୍ବାଚନ ଶେଷ ହୋଇଥିବା ବେଳେ ଆଜି ରାଜ୍ୟରେ ଶେଷ ତଥା ପଞ୍ଚମ ପର୍ୟ୍ୟାୟ ନିର୍ବାଚନ ଅନୁଷ୍ଠିତ ହେଉଛି । ଆଜି ପଞ୍ଚମ ପର୍ୟ୍ୟାୟ ଭୋଟ ଶେଷ ହେବା ପରେ ଫେବ୍ରୁଆରୀ ୨୬ରୁ ୨୮ ପର୍ୟ୍ୟନ୍ତ ଭୋଟ ଗଣତି ହେବ ।