THE BYAPINI

ଦାଗ ଲାଗିଲେ ଦଣ୍ଡ ନିଶ୍ଚିତ

Get real time updates directly on you device, subscribe now.

ଦୁର୍ନୀତି ହିଁ ବିକାଶର ବଡ଼ ଶତ୍ରୁ । ଦୁର୍ନୀତି ବିରୋଧରେ ଲଢେଇ ପାଇଁ ମନ୍ତ୍ର ଫୁଙ୍କିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୁର୍ନୀତି ବିରୋଧରେ ଲଢେଇ ପାଇଁ ମୁଖ୍ୟମନ୍ତ୍ରୀ ବିଜେଡି ରାଜ୍ୟ ପରିଷଦ ବୈଠକରେ ଉଦବୋଧନ ଦେଇଛନ୍ତି । ଦୁର୍ନୀତିରେ ଯିଏ ବି ହେଉନା କାହିଁକି, ସେ ତୃଣମୂଳସ୍ତରର କର୍ମଚାରୀ ହୁଅନ୍ତୁ ବା ଉଚ୍ଚ ପଦସ୍ତ ବଡ ବାବୁ, ଯଦି ସମ୍ପୃକ୍ତି ଥିବ ତେବେ ଦୃଢ କାର‌୍ୟାନୁଷ୍ଠାନ ଗ୍ରହଣ କରାଯିବ । ଦୁର୍ନୀତି ରୋକିବାକୁ ନିଆଯିବ କଡା ଆଭିମୁଖ୍ୟ । ଦୁର୍ନୀତିର ମୂଳୋତ୍ପାଟନ ଓ ସ୍ୱଚ୍ଛତା ଉପରେ ଗୁରୁତ୍ୱ ନ ଦେଲେ ଏସବୁ ଲଢ଼େଇ ମୂଲ୍ୟହୀନ ହୋଇଯିବ ବୋଲି ନବୀନ କହିଛନ୍ତି । ଏହା ସହ ଏଣିକି ସବୁ କର୍ମଚାରୀ ଓ ଜନ ପ୍ରତିନିଧି ପ୍ରତିବର୍ଷ ସମ୍ପତ୍ତି ତାଲିକା ଦେବେ ତାକୁ ସର୍ବସାଧାରଣରେ ପ୍ରକାଶ କରାଯିବ ।

ବିଜେଡି ଗରିବୀ ବିରୋଧରେ, ରୋଗ ବିରୋଧରେ, ଆଞ୍ଚଳିକ ଅସମତା ବିରୋଧରେ, ପ୍ରାକୃତିକ ବିପର‌୍ୟ୍ୟ ବିରୋଧରେ, ଅସମାନତା, ଅନ୍ୟାୟ ବିରୋଧରେ ଲଢ଼େଇ କରୁଛି । ତେଣୁ ଦୁର୍ନୀତି ବିରୋଧରେ ବିଜେଡିର ଲଢ଼େଇ ରାଜ୍ୟବାସୀଙ୍କ ବିଶ୍ବାସ ଜିତିଛି । ଦୁର୍ନୀତି ବିରୋଧରେ ଲଢ଼େଇ ରାଜ୍ୟ ପାଇଁ ସାରା ଦେଶରେ ସୁନାମ ଆଣିଦେଇଛି । ଗତ ଏକ ବର୍ଷ ମଧ୍ୟରେ ରାଜ୍ୟ ପ୍ରାୟ ୯୧ ଜଣ ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କାର କରିବା ସହ ସେମାନଙ୍କ ପେନସନ ବନ୍ଦ କରିଛନ୍ତି ।ର୍ନୀତିଖୋର ଲୋକଙ୍କ ପେନସନ ବନ୍ଦ କରାଯାଇଛି । ଯିଏ ବି ହେଉନା କାହିଁକି ଦୁର୍ନୀତି କଲେ ମାଫ୍ ନାହିଁ ବୋଲି ସିଧା ସିଧା ଚେତାଇ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଏହା ସହ ମୁଖ୍ୟମନ୍ତ୍ରୀ କହିଛନ୍ତି- ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବ୍ଲକ ଅଧ୍ୟକ୍ଷ, ଜିଲ୍ଲା ପରିଷଦ ଅଧ୍ୟକ୍ଷ, ବିଧାୟକ, ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ସମସ୍ତେ ପ୍ରତିବର୍ଷ ସେମାନଙ୍କର ସମ୍ପତ୍ତି ତାଲିକା ଦେବେ । ଏହା ଜନସାଧାରଣଙ୍କ ନିମନ୍ତେ ସର୍ବସାଧାରଣ କରାଯିବ । ସେହିଭଳି ସମସ୍ତ ସରକାରୀ କର୍ମଚାରୀ, ମୁଖ୍ୟ ଶାସନ ସଚିବ ମଧ୍ୟ ପ୍ରତିବର୍ଷ ସମ୍ପତ୍ତି ତାଲିକା ଦେବେ । ଏହାକୁ ମଧ୍ୟ ସର୍ବସାଧାରଣ କରାଯିବ । ସରକାରୀ କର୍ମଚାରୀ ଓ ଲୋକ ପ୍ରତିନିଧିଙ୍କ ସମ୍ପତ୍ତି ତାଲିକା ପ୍ରତିବର୍ଷ ଲୋକାୟୁକ୍ତଙ୍କୁ ଦିଆଯିବ । ଦୁର୍ନୀତି ରୋକିବା ପାଇଁ ଏଭଳି ପଦକ୍ଷେପ ନେବାରେ ସାରା ଦେଶରେ ଓଡ଼ିଶା ପ୍ରଥମ ରାଜ୍ୟ ହେବ । ଏବଂ ଅନ୍ୟ ରାଜ୍ୟ ମାନଙ୍କୁ ଏ ଦିଗରେ ବାଟ ଦେଖାଇବ ବୋଲି ବିଜେଡି ସଭାପତି ତଥା ନବୀନ ପଟ୍ଟନାୟକ ଆଶାବ୍ୟକ୍ତ କରିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.