THE BYAPINI

ଭର୍ତ୍ତୃହରିଙ୍କ ନାଁରେ ଯୌତୁକ ନିର୍ଯାତନାର ଅଭିଯୋଗ

Get real time updates directly on you device, subscribe now.

ବିଜେଡି ସାଂସଦ ଭର୍ତ୍ତୃହରି ମହତାବଙ୍କ ବିରୋଧରେ ଯୌତୁକ ନିର୍ୟାତନା ଅଭିଯୋଗ । ରା ପରିବାର ନାଁରେ ଯୌତୁକ ନିର୍ୟାତନା ଅଭିଯୋଗ ଆଣିଲେ ବୋହୂ ସାକ୍ଷୀ ମହାତାବ । ଭୋପାଳ ମହିଳା ଥାନାରେ ବୋହୂ ସାକ୍ଷୀ ଏହି ଅଭିଯୋଗ କରିଛନ୍ତି। ଶ୍ୱଶୂର ଭର୍ତ୍ତୃହରି ମହତାବ, ସ୍ୱାମୀ ଲୋକରଂଜନ ମହତାବ ଓ ଶାଶୂ ମହାଶ୍ୱେତା ମହତାବଙ୍କ ବିରୋଧରେ ଅଭିଯୋଗ ହୋଇଛି।
ଗତ ୧୭ ତାରିଖ ଅପରାହ୍ନରେ ଭୋପାଳର ମହିଳା ଥାନାରେ ଅଭିଯୋଗ କରିଛନ୍ତି ସାକ୍ଷୀ । ଆଇପିସିର ବିଭିନ୍ନ ଦଫାରେ ପୂରା ପରିବାର ନାଁରେ ମାମଲା ରୁଜୁ ହୋଇଛି । ଯୌତୁକ ନିର୍ୟାତନା ସହ ଜୀବନରୁ ମାରି ଦେବାକୁ ଧମକ ଦିଆଯାଉଥିବା ନେଇ ଏତଲାରେ ଉଲ୍ଲେଖ କରିଛନ୍ତି ସାକ୍ଷୀ । ଏହାସହ ବିବାହ ପରଠାରୁ ଲଗାତାର ଶାରୀରିକ ଓ ମାନସିକ ନିର୍ୟାତନା ଦିଆଯାଉଥିବା ଏତଲାରେ ଦର୍ଶାଇଛନ୍ତି ସାକ୍ଷୀ । ବିବାହ ସମୟରେ ବାପା ୧.୫ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି, କିନ୍ତୁ ତଥାପି ଏଥିରେ ଶ୍ୱଶୁର ଘର ଲୋକ ସନ୍ତୁଷ୍ଟ ନୁହଁନ୍ତି ବୋଲି ଅଭିଯୋଗ ଆଣିଛନ୍ତି ବୋହୂ । ଅନେକ ଥର ପରିବାର ଏବଂ ସମ୍ପର୍କୀୟଙ୍କ ମାଧ୍ୟମରେ ଏହି ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରାଯାଇଥିଲା, କିନ୍ତୁ କୌଣସି ସମସ୍ୟାର ସମାଧାନ ହୋଇନପାରିବାକୁ ମାମଲା କୋର୍ଟରେ ପହଞ୍ଚିଛି ।
୨୦୧୬ ମସିହାରେ ବିଜୁ ଜନତା ଦଳ ସାଂସଦ ଭର୍ତ୍ତୃହରି ପୁଅଙ୍କୁ ବିବାହ କରିଥିଲେ । ସାଂସଦଙ୍କ ପୁଅ ଦିଲ୍ଲୀରେ ରୁହନ୍ତି ଏବଂ ବୃତ୍ତି ଅନୁଯାୟୀ ଜଣେ ବ୍ୟବସାୟୀ । ସାକ୍ଷୀଙ୍କ ପିତା ବିବାହ ସମୟରେ ୧,୫ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଥିଲେ । ହେଲେ ବିବାହ ପରେ ଶାଶୁ ଘରେ ପହଞ୍ଚୁ ପହଞ୍ଚୁ ତାଙ୍କୁ ହଇରାଣ କରୁଥିଲେ ଶ୍ୱଶୁର ଘର ଲୋକ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.