ଗାନ୍ଧୀଧାମ-ପୁରୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ । ଟ୍ରେନଟି ପୁରୀ ଫେରୁଥିବା ବେଳେ ମହାରାଷ୍ଟ୍ର ନନ୍ଦୁରବାର ଷ୍ଟେସନରେ ଅଗ୍ନିକାଣ୍ଡ ହୋଇଥିଲା । ଦିନ ପାଖାପାଖି ୧୦ଟା ୩୦ରେ ଟ୍ରେନର ଥିବା ପ୍ୟାଂଟ୍ରି କାରରେ ନିଆଁ ଲାଗିଯାଇଥିଲା । ମହାରାଷ୍ଟ୍ର ନନ୍ଦୁରାବର ଷ୍ଟେସନ୍ ନିକଟରେ ଗାନ୍ଧିଧାମ୍-ପୁରୀ ଏକ୍ସପ୍ରେସ୍ରେ ହଠାତ୍ ନିଆଁ ଲାଗିଥିବା ସୂଚନା ମିଳିଥିଲା । ଏହାପରେ ତୁରନ୍ତ ଟ୍ରେନ୍କୁ ଅଟକାଯାଇଥିଲା ଏବଂ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ ।
ରେଳ ମନ୍ତ୍ରାଳୟର ସୂଚନା ଅନୁସାରେ ଟ୍ରେନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି । ବର୍ତମାନ ସୁଦ୍ଧା ନିଆଁ ଲାଗିବାର କାରଣ ଜଣାପଡ଼ିନାହିଁ । ଟ୍ରେନରେ ୨୨ଟି କୋଚ୍ ମଧ୍ୟରୁ ୧୩ ତମ କୋଚରେ ପ୍ୟାଂଟ୍ରି କାର ରହିଥିଲା । ଅଗ୍ନିକାଣ୍ଡ ପରେ ଦିନ ପାଖାପାଖି ୧୨ଟା ୧୦ରେ ଟ୍ରେନ୍ ଚଳାଚଳ ସ୍ୱାଭାବିକ ହୋଇଛି ।
Get real time updates directly on you device, subscribe now.

Next Post