THE BYAPINI

ଡରାଇଲାଣି ଡେଙ୍ଗୁ

Get real time updates directly on you device, subscribe now.

କରୋନାର ଭୟ ଭିତରେ ଡରାଇଲାଣି ଡେଙ୍ଗୁ । ରାଜଧାନୀରେ ବ୍ୟାପିବାରେ ଲାଗିଛି ଡେଙ୍ଗୁ ଜ୍ୱର । ଜଣକର ଡେଙ୍ଗୁରେ ମୃତ୍ୟୁ ହୋଇଥିବା ସୂଚନା ରହିଛି । ବିଏମସି ନର୍ଥ ଯୋନ ଶୈଳଶ୍ରୀ ବିହାରରେ ଜଣେ ୧୫ ବର୍ଷର ନାବାଳିକାର ମୃତ୍ୟୁ ହୋଇଥିବା ସୂଚନା ରହୁଛି । ଗତ କିଛି ଦିନ ଧରି ସେ ଜ୍ୱରରେ ପୀଡିତ ଥିଲେ । ଗତକାଲି ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହେବା ପୂର୍ବରୁ ତାଙ୍କୁ ମୃତ ଘୋଷଣା କରାଯାଇଛି । ନାବାଳିକା ଡେଙ୍ଗୁରେ ଆକ୍ରାନ୍ତ ଥିଲେ କି ଅନ୍ୟ କିଛି କାରଣ ରହିଛି ସେନେଇ ତନଘନା ଜାରି ରହିଛି ବୋଲି କହିଛନ୍ତି ଅତିରିକ୍ତ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ହାକ୍ତର ଅନ୍ତର୍ଜାମି ମିଶ୍ର ।

ବିଏମସିର ନର୍ଥ ଯୋନରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ୫୬ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବିଏମସି ପକ୍ଷରୁ ସ୍ପଷ୍ଟ କରାଯାଇଛି। ବିଏମ୍‌ସି କମିଶନର ସଞ୍ଜୟ ସିଂ କହିଛନ୍ତି, ପ୍ରତିଦିନ ସର୍ଭିଲାନ୍ସ ଚାଲିଛି। ଗତକାଲି ସୁଦ୍ଧା ବିଏମସିରେ ୪୫୦ରୁ ଅଧିକ ଘରେ ସର୍ଭିଲାନ୍ସ କରିଛି। ରାଜଧାନୀରେ ବର୍ତ୍ତମାନ ପର୍ୟ୍ୟନ୍ତ ୩୯୧ କ୍ୟୁମୁଲେଟିଭ୍ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି।
ଶୈଳଶ୍ରୀ ବିହାର ଓ ନିଳାଦ୍ରି ବିହାରରେ ଅଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ସେପଟେ ବିଏମସି ପକ୍ଷରୁ କୁହଯାଇଛି ଡେଙ୍ଗୁ ମଶା ଜନ୍ମ ହୋଇଥିବା ୪୬୪ଟି ଜାଗା ଚିହ୍ନଟ ହୋଇଛି । ମଶା ଜନ୍ମ ହୋଇଥିବା ୧ହଜାର ୯୩ଟି ସ୍ଥାନକୁ ନଷ୍ଟ କରାଯାଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.