THE BYAPINI

ଆମେରିକା ପଠାଇଲା କୋଭିଡ ସାମଗ୍ରୀ

Get real time updates directly on you device, subscribe now.

ଆମେରିକା ବଢାଇଲା ସହାୟତାର ହାତ । ସଂକଟ ବେଳେ ଭାରତ ପାଖରେ ଛିଡାହୋଇଛି ଯୁକ୍ତରାଷ୍ଟ୍ର ଆମେରିକା । ବିମାନରେ ପଠାଇଛି କୋଭିଡ ସାମଗ୍ରୀ । ଯୁକ୍ତରାଷ୍ଟ୍ର ଆମେରିକାରୁ ଆସିଥିବା ପ୍ରଥମ କୋଭିଡ୍‌ ଜରୁରୀକାଳୀନ ସାମଗ୍ରୀ ସବୁ ଆଜି ସକାଳେ ଭାରତ ଗ୍ରହଣ କରିଛି । ୪୦୦ରୁ ଅଧିକ ଅକ୍ସିଜେନ୍‌ ସିଲିଣ୍ଡର୍‌, ପ୍ରାୟ ୧ ନିୟୁତ ରାପିଡ୍‌ କରୋନାଭାଇରସ୍‌ ଟେଷ୍ଟ୍‌ କିଟ୍‌ ଏବଂ ଅନ୍ୟାନ୍ୟ ଡାକ୍ତରଖାନା ସାମଗ୍ରୀ ଧରି ଆସିଥିବା ‘ସୁପର ଗାଲାକ୍ସି’ ସାମରିକ ପରିବହନ ବିମାନ ଆଜି ସକାଳେ ନୂଆଦିଲ୍ଲୀସ୍ଥିତ ଆନ୍ତର୍ଜାତିକ ବିମାନ ବନ୍ଦରରେ ଅବତରଣ କରିଥିଲା ।

କୋଭିଡ୍‌ ବିରୋଧୀ ସଂଗ୍ରାମରେ ଯୁକ୍ତରାଷ୍ଟ୍ର ଆମେରିକା ଭାରତକୁ ସହାୟତା ଯୋଗାଇ ଚାଲିବ ବୋଲି ଏ ସପ୍ତାହ ପ୍ରାରମ୍ଭରେ ରାଷ୍ଟ୍ରପତି ଜୋ ବାଇଡେନ୍‌ କହିଥିଲେ। ମହାମାରୀ ପ୍ରାରମ୍ଭରେ ଆମ ଡାକ୍ତରଖାନା ସବୁ ଉପକରଣଶୂନ୍ୟ ହୋଇ ଆସୁଥିବା ବେଳେ ଯେମିତି ଭାରତ ସହାୟତା ପଠାଇଥିଲା, ଆବଶ୍ୟକ ବେଳେ ଭାରତକୁ ସେମିତି ସହାୟତା ଯୋଗାଇବୁ ବୋଲି ଆମେ ପ୍ରତିବଦ୍ଧ ବୋଲି ଟୁଇଟ୍‌ କରି ବାଇଡେନ୍‌ କହିଥିଲେ।

ଟୁଇଟ୍‌ କରି ଯୁକ୍ତରାଷ୍ଟ୍ର ଆମେରିକାର ଦୂତାବାସ ଏହି ସାମଗ୍ରୀ ସବୁର ‌ଫଟୋ ସେୟାର୍‌ କରିବା ସହ କହିଛି, ଜରୁରୀକାଳୀନ କୋଭିଡ୍‌-୧୯ ରିଲିଫ୍‌ ସାମଗ୍ରୀମାନଙ୍କରୁ ପ୍ରଥମ କେତେକ ସାମଗ୍ରୀ ଯୁକ୍ତରାଷ୍ଟ୍ର ଆମେରିକାରୁ ଆସି ଭାରତରେ ପହଞ୍ଚିଛି! ଆମେ ଏକତ୍ର କୋଭିଡ୍‌-୧୯ ମହାମାରୀ ବିରୋଧରେ ଲଢୁଥି‌ଲା ବେଳେ ୭୦ ବର୍ଷରୁ ଅଧିକାଳ ହେବ ଗଢ଼ି ଉଠିଥିବା ବନ୍ଧୁତା ପାଇଁ ଯୁକ୍ତରାଷ୍ଟ୍ର ଆମେରିକା ଆଜି ଭାରତ ପାଖରେ ଠିଆ ହୋଇଛି। ଯୁକ୍ତରାଷ୍ଟ୍ର ଆମେରିକା-ଭାରତ ଦୋସ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.