ଏବେ ଖାଲି ଦ୍ୱିତୀୟ ଡୋଜ
ରାଜ୍ୟରେ ସଂକ୍ରମଣ ଦ୍ରୁତ ଗତିରେ ବଢିଚାଲିଥିବା ବେଳେ ଟିକା ନେବାକୁ ଅନାଇ ବସିଛି ଓଡିଶା । ହେଲେ ଟିକାର ଅଭାବ ପାଇଁ ନୂଆ ଫର୍ମୁଲା ଆପଣାଇଛନ୍ତି ସରକାର । କୋଭିସିଲ୍ଡ ଟିକାର ପ୍ରଥମ ଡୋଜକୁ ବର୍ତମାନ ପାଇଁ ବନ୍ଦ କରିବାକୁ ସରକାର ନିଷ୍ପତି ନେଇଛନ୍ତି । ଲୋକଙ୍କୁ କିପରି ଦ୍ୱିତୀୟ ଡୋଜ ସୁରୁଖୁରରେ ମିଳିପାରିବ ସେନେଇ ଗୁରୁତ୍ୱାରୋପ କରିଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର । ।
ଏବେ କୋଭିସିଲ୍ଡର ପ୍ରଥମ ଡୋଜ ଆଉ ଦିଆଯିବନି । ଦ୍ୱିତୀୟ ଡୋଜ ଉପରେ ସରକାର ପ୍ରାଥମିକତା ଦେଇଥିବା ବେଳେ କେବଳ କରୋନା ଯୋଦ୍ଧାଙ୍କୁ ପ୍ରଥମ ଡୋଜ ଦିଆଯିବ । ରାଜ୍ୟକୁ ଏବେ ଯାହା ଭ୍ୟାକସିନ ଆସିବ ଆଗ ପ୍ରଥମ ଡୋଜ ନେଇଥିବା ବ୍ୟକ୍ତିଙ୍କୁ ଦିଆଯିବ । କୋଭିସିଲ୍ଡ ଟିକା ଯୋଗାଣ କମ ହେଇଥିବାରୁ ସରକାର ଏହି ଗୁରୁ୍ତ୍ୱପୂର୍ଣ୍ଣ ନେଇଛନ୍ତି । ଭୁବନେଶ୍ୱର ବାହାରେ ଯେଉଁ କୋଭିିସିଲ୍ଡ ଟିକା ଦିଆଯାଉଛି ସେଥିରେ କଟକଣା କରି କେବେଳ ଦ୍ୱିତୀୟ ଡୋଜ ପାଇବାକୁ ଥିବା ଲୋକଙ୍କୁ ଟିକା ଦେବାକୁ ସବୁ ଏସିଏସ ପ୍ରଦୀପ୍ତ ମହାପାତ୍ର କହିଛନ୍ତି ।
ଦ୍ୱିତୀୟ ଡୋଜ ନେବାକୁ ରାଜ୍ୟରେ ପ୍ରାୟ ୧୭ ଲକ୍ଷ ଲୋକ ଅପେକ୍ଷା କରିଛନ୍ତି । ଏବଂ ସେମାଙ୍କ ମଧ୍ୟରୁ ବହୁ ଲୋକଙ୍କ ପଥମ ଡୋଜ ନେବାର ୬ ସପ୍ତାହ ବିତିଗଲାଣି । ତେଣୁ ୮ ସପ୍ତାହ ଆଗର ସମସ୍ତଙ୍କୁ ଦ୍ୱିତୀୟ ଡୋଜ ଟିକା ଦେବା ଉପରେ ଗୁରୁତ୍ୱରୋପ କରାଯାଇଛି । ସେଥିପାଇଁ ଏବେ କୌଣସି ଲୋକଙ୍କୁ ପଥମ ଡୋଜ ନଦେବାକୁ କହିଛନ୍ତି । ଏଥିପାଇଁ ୧୫ ଲକ୍ଷ ଟିକା ଯୋଗାଇଦେବାକୁ କେନ୍ଦ୍ରକୁ ରାଜ୍ୟ ସରକାର ଚିଠି ଲେଖି ଜଣାଇଛନ୍ତି ।
ଏହା ବାଦ୍ ଏବେ ଯେଉଁମାନେ ପ୍ରଥମ ଡୋଜ୍ ବେସରାକାରୀ ହସ୍ପିଟାଲରେ ନେଇଛନ୍ତି । ସେମାନେ ତାଙ୍କର ଦ୍ୱିତୀୟ ଡୋଜ୍ ଆସି ସରକାରୀ ହସ୍ପିଟାଲରୁ ମାଗଣାରେ ନେଇପାରିବେ ବୋଲି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି । ରାଜ୍ୟରେ ୯୭ ପ୍ରତିଶତ ସ୍ୱାସ୍ଥ୍ୟକର୍ମୀ ପ୍ରଥମ ଡୋଜ୍ ନେଇଥିବାବେଳେ ୮୭ ପ୍ରତିଶତ ସ୍ୱାସ୍ଥ୍ୟକର୍ମୀ ୨ୟ ଡୋଜ୍ ନେଇସାରିଲେଣି । ୪୫ ବର୍ଷରୁ ଅଧିକ ଲୋକଙ୍କ ଟିକାକରଣ ମଧ୍ୟ ଆଗେଇ ଚାଲିଛି । ମେ ପହିଲାରୁ ଆରମ୍ଭ ହୋଇଥିବା ସାବାଳକ ଟିକାକରଣ ଆରମ୍ଭ ହୋଇଥିଲେ ମଧ୍ୟ କିଛି ଅଂଚଳରେ ଏହାର ଅଭାବ ଦେଖିବାକୁ ମିଳିଛି । ତେବେ ଟିକା ଆସିଲେ ଟିକାକରଣ ଯଥାରୀତି ଚାଲିବ ବୋଲି ପ୍ରଦୀପ୍ତ ମହାପାତ୍ର କହିଛନ୍ତି ।