THE BYAPINI

ଟ୍ରକ ସହ କାର ଧକ୍କା,ଘଟଣାସ୍ଥଳରେ ୫ ମୃତ

Get real time updates directly on you device, subscribe now.

ଅନୁଗୁଳ ପାଲଲହଡ଼ାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରକ ସହ କାର ଧକ୍କା ଯୋଗୁଁ ଘଟଣାସ୍ଥଳରେ ୫ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ସମସ୍ତ ହେଲେ ଇଂଜିଡି ଥାନା ଗାଁର । ଘଟଣାସ୍ଥଳରେ ପୋଲିସ ପହଂଚି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ଇଂଜିଡି ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।
ସୂଚନା ଅନୁସାରେ, ବିଳମ୍ବିତ ରାତିରେ ନିର୍ବାଚନ କାମ ସାରି ଫେରୁଥିବା ବେଳେ ଟ୍ରକ ପଛପଟୁ ଧକ୍କା ଦେଇଥିଲା କାର । ଘଟଣାସ୍ଥଳରେ ହିଁ ୫ଜଣଙ୍କ ମୃତ୍ୟୁ ହୋଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.