THE BYAPINI

ରାତି ୧୨ରେ ପହଞ୍ଚିବ ବନ୍ୟା ଜଳ

Get real time updates directly on you device, subscribe now.

ରାଜ୍ୟରେ ବନ୍ୟା ସ୍ଥିତି ନେଇ ଜଳ ସମ୍ପଦ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ସୂଚନା ।ଏବେ ହୀରାକୁଦରେ ୨୮ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସନ ହେଉଛି । ଏବେ ମୁଣ୍ଡଳି ଦେଇ ୬ ଲକ୍ଷ ୨୬ ହଜାର ଘନଫୁଟ ଜଳ ପ୍ରବାହିତ ହେଉଛି । ରାତି ୧୨ଟା ସୁଦ୍ଧା ସାତରୁ ସାଢେ ୭ ଲକ୍ଷ ଘନଫୁଟ ଜଳ ପ୍ରବାହିତ ହେବ । ତେଣୁ ଏହା ସ୍ୱଳ୍ପରୁ ମଧ୍ୟମ ଧରଣର ବନ୍ୟା ଆଣିପାରେ ।
୪ରୁ ୫ ଘଣ୍ଟା ପର୍ଯ୍ୟନ୍ତ ମୁଣ୍ଡଳି ଦେଇ ସାଢେ ୭ ଲକ୍ଷ ଘନଫୁଟ ଜଳ ପ୍ରବାହିତ ହେବ ।
ଏହା ସ୍ୱଳ୍ପରୁ ମଧ୍ୟମ ଧରଣର ବନ୍ୟା ଆଣିପାରେ । ତେଣୁ ଏହି ସମୟରେ ତଳିଆ ଅଂଚଳର ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି । ବୈତରଣୀ ଆଖୁଆପଦା ଠାରେ ଏବେ ଜଳସ୍ତର ଖସୁଛି । ସେହିପରି ଜେନାପୁର ନିକଟରେ ବ୍ରାହ୍ମଣୀର ଜଳସ୍ତର ବଢୁଛି । ରେଙ୍ଗାଲିରେ ଜଳସ୍ତର ୧୨୪.୦୭ ମିଟର ରହିଛି । ଜଳସ୍ତର ବଢୁଛି,ରେଙ୍ଗାଲୀ ଡ୍ୟାମର ୨ଟି ଗେଟ ଖୋଲା ଅଛି । ହୀରାକୁଦରୁ ଏବେ ନିଷ୍କାସନ ହେଉଛି ୪.୮୭ ଲକ୍ଷ କ୍ୟୁସେକ ଜଳ ।

Get real time updates directly on you device, subscribe now.

Leave A Reply

Your email address will not be published.