THE BYAPINI

ମନେ ରହିବେ ମିଲଖା ସିଂ

Get real time updates directly on you device, subscribe now.

ପରଲୋକରେ ଫ୍ଲାଇଂ ଶିଖ୍ ମିଲଖା ସିଂ । ଗତ ମେ’ ମାସରେ ସେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ ।ଚଣ୍ଡିଗଡ଼ର ପିଜିଆଇଏମ୍ଆର ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ସେ ଆଖିବୁଜିଛନ୍ତି । ୯୧ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ମିଲଖା । ଗତ ପାଞ୍ଚ ଦିନ ତଳେ ପତ୍ନୀ ନିର୍ମଲଙ୍କୁ ତାଙ୍କୁ ଛାଡି ଚାଲିଯାଇଥିଲେ । ମିଲଖାଙ୍କ ବିୟୋଗ କ୍ରୀଡା ଜଗତକୁ ସ୍ତବ୍ଧ କରିଦେଇଥିବା ବେଳେ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି ।

ଗତମାସରେ ମିଲଖା କରୋନାରେ ସଂକ୍ରମିତ ହୋଇଥିଲେ । ପିଜିଆଇଏମ୍ଆର ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଏହି ଧାବକଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଧୀରେ ଧୀରେ ସୁଧାର ଆସୁଥିଲା । ହେଲେ ଶୁକ୍ରବାର ତାଙ୍କ ସ୍ୱାସ୍ଥ୍ୟ ପୁଣି ବିଗିଡିଯାଇଥିଲା । ତାଙ୍କ ଶରୀରରେ ଜ୍ୱର ବଢ଼ିବା ସହ ଅକ୍ସିଜେନ୍ ସ୍ତର ମଧ୍ୟ କମିବାରେ ଲାଗିଥିଲା । ଫଳରେ ତାଙ୍କୁ ପୁଣି ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତରଙ୍କ ଉଦ୍ୟମ ସତ୍ୱେ ସେ ସବୁଦିନ ପାଇଁ ଆଖିବୁଜିଛନ୍ତି । ମିଲଖାଙ୍କ ବିୟୋଗରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶୋକ ବ୍ୟକ୍ତ କରିଛନ୍ତି । ମିଲଖା ସିଂହଙ୍କ ଜୀବନି, ସଂଘର୍ଷ ଏବଂ ଚରିତ୍ର ଯୁବପୀଢୀ ତଥା ଅନ୍ୟାମାନଙ୍କ ପାଇଁ ପ୍ରେରଣା ପାଲଟିବ ବୋଲି କହିଛନ୍ତି ରାଷ୍ଟ୍ରପତି । । ସେହିପରି ପ୍ରଧାନମନ୍ତ୍ରୀ କହିଛନ୍ତି ଆମେ ଏକ ମହାନ୍ ଖେଳାଳିଙ୍କୁ ହରାଇଲୁ । ଭାରତୀୟ ଦଳରେ ମିଲଖା ସିଂହଙ୍କ ସ୍ଥାନ ସ୍ବତନ୍ତ୍ର ।

କିଂବଦନ୍ତି ଆଥ୍ଲେଟ୍ ମିଲ୍ଖା ସିଂହ ଦେଶ ବିଭାଜନ ପୂର୍ବରୁ ୧୯୨୮ ମସିହା ନଭେମ୍ବର ୩୦ରେ ବର୍ତ୍ତମାନର ପାକିସ୍ତାନରେ ଥିବା ଗୋବିନ୍ଦପୁରାରେ ଜନ୍ମ ନେଇଥିଲେ । ସେ ଥିଲେ ୪ ଥର ଏସୀୟ କ୍ରୀଡ଼ା ସ୍ବର୍ଣ୍ଣ ପଦକ ବିଜେତା । ୧୯୫୮ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପ୍ରଥମ ଭାରତୀୟ ଭାବେ ସେ ଡିସ୍କାସ୍ ଥ୍ରୋରେ ସ୍ବର୍ଣ୍ଣ ପଦକ ଜିତିବା ସହ ଯେଉଁ କୀର୍ତ୍ତିମାନ ସ୍ଥାପନ କରିଥିଲେ, ତାହା ୫୦ ବର୍ଷ ପର୍ୟ୍ୟନ୍ତ ଅକ୍ଷୁଣ୍ଣ ଥିଲା । ଏହା ବ୍ୟତୀତ ୪୦୦ ମିଟର ଫାଇନାଲରେ ସେ ଦକ୍ଷିଣ ଆଫ୍ରିକାର ମାଲକମ୍ ସ୍ପେନ୍ସଙ୍କୁ ପଛରେ ପକାଇ ବିଜେତା ହୋଇଥିଲେ । ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଏହି ସ୍ବର୍ଣ୍ଣିମ ସଫଳତା ତାଙ୍କୁ ଦେଶର ଘରେ ଘରେ ପରିଚିତ କରିଥିଲା । ଏହାସତ୍ତ୍ବେ ୧୯୬୦ ରୋମ୍ ଅଲିମ୍ପିକ୍ସରେ ୪୦୦ ମିଟର ଫାଇନାଲ୍ରେ ଚତୁର୍ଥ ସ୍ଥାନ ବ୍ୟକ୍ତିଗତ ଭାବେ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ଥିଲା । ସେ ମଧ୍ୟ ୧୯୫୬ ଓ ୧୯୬୪ ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ବ କରିଥିଲେ। ୧୯୫୯ରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନ ମିଳିଥିଲା ।

Get real time updates directly on you device, subscribe now.

Leave A Reply

Your email address will not be published.