ରାଣୀ ମହୁମାଛି ସହ ବନ୍ଧା ହେଲେ ବଡ଼ ବାବୁ
ରାଜଧାନୀର ଭିନ୍ନକ୍ଷମ ତାଲିମ୍ କେନ୍ଦ୍ରରେ ଦିବ୍ୟାଙ୍ଗ ଯୁବତୀଙ୍କୁ ଯୌନ ନିର୍ୟାତନା ମାମଲାରେ ମୁଖ୍ୟ ଅଭିଯୁକ୍ତ ସୁରେଶ ବେହେରା ଗିରଫ । ସୁରେଶ ବେହେରା ସହ ୫ ଜଣଙ୍କୁ ଗିରଫ କରିଛି ପୁଲିସ । ଏୟାରପୋର୍ଟ ଥାନା ପୋଲିସ ସୁରେଶକୁ ଗିରଫ କରିଛି । ଗିରଫଙ୍କ ମଧ୍ୟରେ ଭୁବନେଶ୍ୱରର ଜଣେ ଦଲାଲ ଓ କଟକର ଜଣେ ରାଣୀ ମହୁମାଛି ବି ରହିଛନ୍ତି।
ଗିରଫ ୫ ଜଣ ହେଲେ କଟକର ରାଣୀ ମହୁମାଛି , ଭୁବନେଶ୍ୱରର ଜଣେ ଦଲାଲ, ଖୋର୍ଦ୍ଧା ଡିଏସ୍ଏସ୍ଓ ଅଫିସରେ କାର୍ୟ୍ୟରତ ସଂଗ୍ରାମ ଦାସ, ସଂସ୍ଥାର କର୍ମଚାରୀ ରାକେଶ କୁମାର ଷଡଙ୍ଗୀ, , ସଂଯୁକ୍ତା ମେହେର।ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ଏମାନଙ୍କୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି । ପୋଲିସ ସୁରେଶକୁ ରିମାଣ୍ଡରେ ନେବେ ବୋଲି ସୂଚନା ମିଳିଛି। ଗିରଫ ସମସ୍ତେ ଦେହ ବ୍ୟବସାୟ କାର୍ୟ୍ୟରେ ଲିପ୍ତ ଥିବା ଜଣାପଡିଛି। ଏହି ମାମଲାରେ ଭିନ୍ନକ୍ଷମ କେନ୍ଦ୍ରର ସିସିଟିଭି ଯାଞ୍ଚ କରାଯିବ ବୋଲି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ସୂଚନା ଦେଇଛନ୍ତି।
ରାଜଧାନୀର ପଳାସପଲ୍ଲୀଠାରେ ଥିବା ନିଖିଳ ଉତ୍କଳ ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘ କାର୍ୟ୍ୟାଳୟରେ ଯୁବତୀମାନଙ୍କୁ ତାଲିମ କେନ୍ଦ୍ରକୁ ଆଣି ଦେହ ବ୍ୟବସାୟ କାର୍ୟ୍ୟରେ ଲଗାଉଥିବା ଅଭିଯୋଗ ଏମାନଙ୍କ ନାଁରେ ରହିଛି। ମହାସଂଘର କିଛି ଅନ୍ତେବାସୀ ଓ ଷ୍ଟାଫ୍ ଏହାର ଫର୍ଦ୍ଦାଫାଶ କରିଥିଲେ। ଏକ ଭିଡିଓ ମଧ୍ୟ ଅଭିଯୋଗକାରୀ ସାମ୍ନାକୁ ଆଣିଥିଲେ।ସରକାରୀ ଏବଂ ବେସରକାରୀ କର୍ମଚାରୀଙ୍କୁ ଖୁସି କରିବାକୁ ଏମାନେ ନିରୀହ ଯୁବତୀଙ୍କୁ ଦେହ ବ୍ୟବସାୟରେ ଲଗାଉଥିଲେ। ଭିନ୍ନକ୍ଷମଙ୍କୁ ରାତିକ ରହଣି ପାଇଁ ମଧୁମଂଜରୀ ଓ ସୁରେଶ ବେହେରା ୫ ହଜାର ଟଙ୍କାର ଲୋଭ ଦେଖାଉଥିବା ନେଇ ଅଭିଯୋଗ ଆସିଥିଲା ।ପୂର୍ବରୁ ସୁରେଶର ମୁଖ୍ୟ ସହଯୋଗୀ ମଧୁମଂଜରୀ ଧଳକୁ ଗିରଫ କରିଥିଲା ପୁଲିସ । ।