‘ଶଙ୍ଖ’ ଧରିଲେ ପ୍ରଫୁଲ୍ଲ ମାଝୀ
ହାତ ଛାଡିଲେ ଶଙ୍ଖ ଧରିଲେ । କଂଗ୍ରେସର ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମାଝୀ ବିଜେଡିରେ ଯୋଗ ଦେଇଛନ୍ତି । ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ, ବିଧାୟକ ପ୍ରତାପ ଦେବ ଓ ପ୍ରୀତିରଂଜନ ଘଡେ଼ଇଙ୍କ ଉପସ୍ଥିତି ରେ ଦଳରେ ଯୋଗ ଦେଇଛନ୍ତି । ସୁନ୍ଦରଗଡ଼ ଜିଲ୍ଲାର ତଲସରା ନିର୍ବାଚନ ମଣ୍ଡଳୀରୁ ୩ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ପ୍ରଫୁଲ୍ଲ ମାଝୀ ।
ବିଜେଡିରେ ଯୋଗ ଦେବା ପରେ ପ୍ରଫୁଲ କହିଛନ୍ତି, ଏଣିକି ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ କାମ କରିବି । ମୁଁ ମୁଖ୍ୟମନ୍ତ୍ରୀଙ୍କୁ ବ୍ୟକ୍ତିଗତ ଭାବେ ଭଲ ପାଏ, ସେ ବି ମୋତେ ଭଲ ପାଆନ୍ତି । ଆଜି ମୋ ପାଇଁ ସ୍ମୃତିର ଦିନ । ତଳସରା ନିର୍ବାଚନ ମଣ୍ଡଳୀ କଂଗ୍ରେସର ଗଡ଼ ଥିଲା । ଦଳ ଛାଡ଼ିବା ସିଦ୍ଧାନ୍ତ ମୋର ଏକା ନ ଥିଲା, ବରଂ ମୋ ସହଯୋଗୀମାନଙ୍କ ନିଷ୍ପତ୍ତି ଥିଲା । ଆମେ ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଦଳରେ ଯୋଗ ଦେଇଛୁ । କଂଗ୍ରେସ ଦଳରେ ନିର୍ୟାତିତ ହୋଇଥିବା ବି କହିଛନ୍ତି ପ୍ରଫୁଲ୍ଲ ମାଝୀ । ସେ କହିଛନ୍ତି, କଂଗ୍ରେସ ଏକ ମୁଣ୍ଡବିହୀନ ପାର୍ଟି ହୋଇଛି । ବରିଷ୍ଠଙ୍କୁ ଅଣଦେଖା କରାଯାଉଛି।