THE BYAPINI

ଏମ୍ସରେ ଭର୍ତ୍ତି ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ

Get real time updates directly on you device, subscribe now.

ଏମ୍ସରେ ଭର୍ତ୍ତି ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ । କରୋନାରେ ସଂକ୍ରମିତ ହେବା ପରେ ତାଙ୍କୁ ଦିଲ୍ଲୀ ସ୍ଥିତ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ହସ୍ପିଟାଲରେ ଭର୍ତ୍ତି ହେବା ପରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା କିପରି ଅଛି ସେ ନେଇ ଯାଂଚ ଚାଲିଛି । କରୋନା ଟିକାକରଣ ବୃଦ୍ଧି କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖିବାର ଗୋଟିଏ ଦିନ ପରେ ମନମୋହନ କରୋନା ସଂକ୍ରମିତ ହୋଇଛନ୍ତି ।

ଦିଲ୍ଲୀରେ ବଢୁଥିବା ସଂକ୍ରମଣ ଭିତରେ ଦେଶର ଜଣେ ପୂର୍ବ ପ୍ରଧାନମନ୍ତ୍ରୀ ପଜିଟିଭ୍ ଚିହ୍ନଟ ହେବା ଚିନ୍ତାର କାରଣ ପାଲଟିଛି । ଗତ କିଛି ଦିନ ହେଲା ଦିଲ୍ଲୀରେ ସଂକ୍ରମଣ ବଢିବାରେ ଲାଗିଛି । ଯାହା ଫଳରେ ଦିଲ୍ଲୀରେ ଲକଡାଉନ୍ ଜାରି ହୋଇଛି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରାଜ୍ୟରେ ୬ ଦିନିଆ ଲକଡାଉନ୍ ଘୋଷଣା କରିଛନ୍ତି ।

କରୋନା ଦ୍ୱିତୀୟ ଲହର ଆସିଛି ଯାହାକି ପୂର୍ବ ଅପେକ୍ଷା ଅଧିକ ପ୍ରଭାବଶାଳୀ। ଦେଶରେ ଦୈନିକ ସଂକ୍ରମଣ ୩ ଲକ୍ଷ ମୁହାଁ ହେଲାଣି । କରୋନା ଚେନ ଭାଙ୍ଗିବା ପାଇଁ କର୍ଫ୍ୟୁ,କଟକଣା, ଲକଡାଉନ ଲାଗୁ କରାଯାଇଛି । ଆଗକୁ ସ୍ଥିତି ଆହୁରି ଭୟଙ୍କର ହୋଇପାରେ । କରୋନା ଯେପରି ଲମ୍ବା ଡିଆଁ ମାରିଛି ପ୍ରଥମ ପର୍ଯ୍ୟାୟ ସଂକ୍ରମଣ ଟପିଯାଇଛି ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ।

Get real time updates directly on you device, subscribe now.

Leave A Reply

Your email address will not be published.